ଭାରତୀୟ ସିନିୟର ଭଲିବଲ ଦଳର ଆଟାକିଂ ଷ୍ଟ୍ରାଇକର ରାହୁଲ, ଯାହାଙ୍କୁ ନେଇ ଗର୍ବିତ ଜଗତସିଂହପୁର ମାଟି

ଜଗତସିଂହପୁର ଜିଲ୍ଲାର ସୁନା ପୁଅ ରାହୁଲ ବାରିକ । ନେଟ୍ସକୁ ଓହ୍ଲାଇଲେ ପ୍ରତିପକ୍ଷ ଦଳରେ ଖେଳିଯାଏ ଆତଙ୍କ । ଭଲିବଲ୍ କୋର୍ଟର ଯେଉଁ କୋଣରେ ବଲ୍ ଥିଲେ ବି, ତାକୁ ସ୍ମାସ୍ କରି ପଏଣ୍ଟ ଆଣିବାର ଦକ୍ଷତା ରଖନ୍ତି ସେ । ଭାରତୀୟ ସିନିୟର ଭଲିବଲ ଦଳରେ ଏହି ଆଟାକିଂ ଷ୍ଟ୍ରାଇକର ହେଉଛନ୍ତି ରାହୁଲ ।

ଜଗତସିଂହପୁର(କେନ୍ୟୁଜ୍): ଜଗତସିଂହପୁର ଜିଲ୍ଲାର ସୁନା ପୁଅ ରାହୁଲ ବାରିକ । ନେଟ୍ସକୁ ଓହ୍ଲାଇଲେ ପ୍ରତିପକ୍ଷ ଦଳରେ ଖେଳିଯାଏ ଆତଙ୍କ । ଭଲିବଲ୍ କୋର୍ଟର ଯେଉଁ କୋଣରେ ବଲ୍ ଥିଲେ ବି, ତାକୁ ସ୍ମାସ୍ କରି ପଏଣ୍ଟ ଆଣିବାର ଦକ୍ଷତା ରଖନ୍ତି ସେ । ଭାରତୀୟ ସିନିୟର ଭଲିବଲ ଦଳରେ ଏହି ଆଟାକିଂ ଷ୍ଟ୍ରାଇକର ହେଉଛନ୍ତି ରାହୁଲ । ୩୧ ବର୍ଷ ପରେ ଭାରତୀୟ ଦଳରେ ସ୍ଥାନ ପାଇଥିବା ଇଏ ହେଉଛନ୍ତି ସେହି ଉଦୀୟମାନ ଓଡ଼ିଆ ତାରକା ।  ତେବେ ଗତ ଜୁଲାଇ ୮ରୁ ୧୫ ଯାଏଁ, ତାଇୱାନ ତାଇପେଇରେ ଏସୀୟ ମେନ୍‌ସ ଭଲିବଲ ଚ୍ୟାଲେଞ୍ଜ କପ୍ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ରାହୁଲଙ୍କ ପ୍ରଦର୍ଶନ ନେଇ ଦଳ ବେଶ୍ ଗର୍ବିତ ।

କିଟ୍ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ହୋଇଥିବା ସମ୍ଭାବ୍ୟ ଭାରତୀୟ ଦଳର ପ୍ରଶିକ୍ଷଣ ଶିବିରରେ ଚମତ୍କାର ପ୍ରଦର୍ଶନ କରିଥିଲେ ରାହୁଲ । ରାହୁଲଙ୍କ ଗାଁ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଗରାମ ଗାଁରେ । ବାପା ପ୍ରଶାନ୍ତ ବାରିକ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ମାଆ ମମତା ବାରିକ ଜଣେ ଗୃହିଣୀ । ଭଲିବଲ୍ ପାଇଁ ଗାଁରେ ନ ଥିଲା ବିଶେଷ ଭିତ୍ତିଭୂମି ।

କିନ୍ତୁ ସ୍କୁଲ ବେଳୁ ରାହୁଲ ଖେଳୁଥିଲେ ଚମତ୍କାର ଭଲିବଲ ।  ଜିଲ୍ଲା ପାଇଁ ଗର୍ବ ଆଣିଥିବା ଏହି ଖେଳାଳୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି ।ସଦର ମହକୁମାର ନବକୃଷ୍ଣ ଚୌଧୁରୀ ଷ୍ଟାଡ଼ିୟମ ଠାରେ ଜଳସମ୍ପଦ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରି ରାହୁଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ  । ରାହୁଲ ମଧ୍ୟ ବେଶ ଖୁସି ଥିବାବେଳେ ଏହି ଶ୍ରେୟ ସେ ଭାରତୀୟ ଭଲିବଲ ମହାସଂଘର ସଭାପତି ତଥା ସାଂସଦ ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ବବିଦ୍ୟାଳୟର କ୍ରୀଡ଼ା କୋଚ୍ ଗଗନେନ୍ଦୁ ଦାସଙ୍କୁ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.