ଉତ୍ତମ ସେବା ଯୋଗାଇବାରେ ସଫଳ ହୋଇଛନ୍ତି ବୋଟ ଆମ୍ବୁଲାନ୍ସ କର୍ମଚାରୀ, ଚାରିଆଡୁ ଛୁଟୁଛି ପ୍ରସଂଶା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ଦ୍ଵାରା ବିଛିନ୍ନାଞ୍ଚଳ ମାନଙ୍କରେ ସ୍ବାସ୍ଥ୍ୟଗତ ସୁବିଧା ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ତାହା ମଧ୍ୟରୁ ବୋଟ ଆମ୍ବୁଲାନ୍ସ ସେବା ଅନ୍ୟତମ। ବୋଟ ଆମ୍ବୁଲାନ୍ସର କାର୍ଯ୍ଯ ତଥା ବୋଟ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ସାହସିକତା ଓ ସେବା ମୋନୋଭାବକୁ ସାଧାରଣରେ ପ୍ରଶଂସା କରାଯାଇଛି।

ସେମାନେ କୋରୋନାକୁ ନଡରି ନିଜ ଜୀବନକୁ ବାଜି ଲଗାଇ ଜଳ ଭଣ୍ଡାରରେ ପଶି ଅନବରତ ସେବା ଯୋଗାଇବାରେ ଲାଗିଛନ୍ତି । ସେଥିପାଇଁ ସ୍ଥାନୀୟ ବାସିନ୍ଦା ତଥା ସରକାର ବୋଟ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।

ସୂଚନା ଥାଉକି, ଆଜି ଇନ୍ଦ୍ରାବତୀ ନଦୀବନ୍ଧ ଆରପଟ କଳାହାଣ୍ଡି ଜିଲ୍ଲା ଗୁଞ୍ଜମାଲି ଗାଁରୁ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ଆମ୍ବୁଲାନ୍ସକୁ କଲ କରିଥିଲେ । କିନ୍ତୁ ସେହି ଜାଗାକୁ ଆମ୍ବୁଲାନ୍ସ ପହଞ୍ଚିବା ଭିତରେ ମହିଳା ପ୍ରସବ କରି ଏକ ପୁତ୍ର ସନ୍ତାନ ଜନ୍ମ କରିସାରିଥିଲେ ।

ହେଲେ ମହିଳା ଜଣକ ଗୁରୁତର ହେବାରୁ ବୋଟ ଆମ୍ବୁଲାନ୍ସ କର୍ମଚାରୀ ମାନେ ଉକ୍ତ ମହିଳାଙ୍କୁ ଟେକି ଟେକି ବୋଟରେ ବସାଇ ପଡ଼ାଗୋଡ ବନ୍ଧ କୂଳକୁ ଆଣି ପୁଣି ବୋଟ ରୁ ଟେକି ଟେକି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ୧୦୮ ଆମ୍ବୁଲାନ୍ସରେ ବସାଇଥିଲେ। ଏହାପରେ ଆମ୍ବୁଲାନ୍ସଟି ମହିଳାଙ୍କୁ ତେନ୍ତୁଳିଖୁଣ୍ଟି ଡାକ୍ତଖାନାକୁ ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.