କ୍ଯାନସର ପୀଡିତ ତିନି ହଜାର ଶିଶୁଙ୍କୁ ସହାୟତାର ହାତ ବଢାଇଲେ ବିବେକ ଓବରୟ, ଫ୍ଯାନଙ୍କୁ କଲେ ଏହି ଅନୁରୋଧ

ସାରା ବିଶ୍ୱ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ମହାମାରୀ କରୋନା ଭାଇରସ । ଦିନକୁ ଦିନ ଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଏହିପରି ବିପଦ ସମୟରେ ସେଲିବ୍ରିଟଙ୍କ ଠାରୁ ଆରମ୍ଭ କରି ରାଜନେତା ମାନେ ଦେଶ ପାଇଁ ଟଙ୍କା ଦାନ କରୁଛନ୍ତି । ତେବେ ଏହି ସଙ୍କଟ ସମୟରେ ବଲିଉଡର ଅଭିନେତା ବିବେକ ଓବରୟ କର୍କଟ ରୋଗ ସହ ଲଢ଼ୁଥିବା ଥିବା ୩ହଜାରୁରୁ ଅଧିକ ପିଲାଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଆଗେଇ ଆସିଛନ୍ତି।

ଏହା ସହିତ ଆଗାମୀ ତିନି ମାସ ମଧ୍ୟରେ ସେ ଅଧିକ ପିଲାଙ୍କ ନିକଟରେ ପହଞ୍ଚିବାକୁ ଯୋଜନା କରିଛନ୍ତି ବୋଲି ବିବେକ କହିଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଏକ ଭିଡିଓ ସେୟାର କରି ଏହି ଅଭିଯାନରେ ଲୋକଙ୍କୁ ଯଥାସମ୍ଭବ ଯୋଗଦାନ କରିବାକୁ ଅନୁରୋଧ କରି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆପଣମାନେ ୧ ହଜାର ଟଙ୍କା ଦାନ ଦେଉଛନ୍ତି ତେବେ ସେହି ପଇସାରେ କର୍କଟ ରୋଗରେ ପୀଡିତ ଥିବା ଶିଶୁ ମାନଙ୍କର ଗୋଟିଏ ମାସର ଖାଦ୍ୟର ବ୍ୟବସ୍ଥା ଠିକ ଭାବରେ କରାଯଇପାରିବ ।

 

View this post on Instagram

 

A post shared by Vivek Oberoi (@vivekoberoi)

କର୍କଟ ରୋଗୀ ସହାୟତା ଆସୋସିଏସନ (ସିପିଏଏ) ର ୫୨ ବର୍ଷ ପୁରୁଣା କ୍ୟାନସର ଚିକିତ୍ସା ପ୍ରତି ସର୍ବଦା ଆଭିମୁଖ୍ୟ କେବଳ ଚିକିତ୍ସା ବାହାରେ ରହିଆସିଛି। ଯେଉଁମାନଙ୍କର ଚିକିତ୍ସା ସମ୍ଭବ ନୁହେଁ ସେମାନଙ୍କ ଜୀବନ ବଞ୍ଚାଇବାକୁ ଏହା ଲକ୍ଷ୍ୟ ରଖିଛି । ସିପିଏଆର ଫୁଡ୍ ବ୍ୟାଙ୍କରୁ ଏପର୍ଯ୍ୟନ୍ତ ହଜାର ହଜାର ରୋଗୀ ଏବଂ ସେମାନଙ୍କ ପରିବାର ଉପକୃତ ହୋଇଛନ୍ତି । ଆସନ୍ତା ତିନିମାସ ପାଇଁ ଏହି ଭୋଜନ କାର୍ଯ୍ୟକ୍ରମକୁ ବଜାୟ ରଖିବା ପାଇଁ ଆମେ ଏକ ପାଣ୍ଠି ଯୋଗାଡ କରୁଛୁ । ଆମେ ଏକାକୀ ଏହା କରିପାରିବୁ ନାହିଁ, ଏବଂ ସେଥିପାଇଁ ଆମେ ଆପଣଙ୍କର ସାହାଯ୍ୟର ଆବଶ୍ୟକତା ନିହାତି ଦରକାର ବୋଲି ବିବେକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.