ବାଲେଶ୍ୱର କଷାଫଳ ମୁହାଣରେ ଭାରସାମ୍ୟ ହରାଇ ବୁଡିଲା ଡଙ୍ଗା, ଜଣେ ନିଖୋଜ

ବାଲେଶ୍ୱର(କେନ୍ୟୁଜ୍): ଡଙ୍ଗା ବୁଡି ଜଣେ ନିଖୋଜ । ବାଲେଶ୍ୱର କଷାଫଳ ମୁହାଣରେ ସକାଳୁ ସମୁଦ୍ରରୁ ମାଛ ଧରି ଫେରୁଥିବା ବେଳେ ହଠାତ୍‌ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଏଥିରେ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ ଜଣଙ୍କ ପଞ୍ଚାନନ ଦଳେଇ ବୋଲି ଜଣାପଡିଛି । ଡଙ୍ଗା ମାଲିକ କମଳାକାନ୍ତ ମଇକାପ, ଡ୍ରାଇଭର ଗୁଣନିଧି ପଣ୍ଡାଙ୍କ ସହ ଜନ୍ମେଜୟ ଗୋଚ୍ଛାୟତ ଓ ପଞ୍ଚାନନ ଦଳାଇ ମିଶି ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ । ହଠାତ୍‌ ଡଙ୍ଗାଟି ବୁଡି ଯିବାରୁ ପଞ୍ଚାନନ ଦଲାଇ ଘଟଣାସ୍ଥଳରେ ଭାସି ଯାଇଥିଲେ । ମେରାଇନ ଥାନା ପୋଲିସ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଜାରି ରଖିଥିବା ବେଳେ ଏପର‌୍ୟ୍ୟନ୍ତ ପଞ୍ଚାନନଙ୍କ ପତ୍ତା ମିଳିନାହିଁ ।

 

Leave A Reply

Your email address will not be published.