ଗୁଗଲ ଆପଣଙ୍କ ଫେସ ଡାଟା ବଦଳରେ ଦେଉଛି ୩୫୦ଟଙ୍କା, ଜାଣନ୍ତୁ କାହିଁକି..

ଆମେରିକୀୟ ମଲ୍ଟି ନ୍ୟାସନାଲ କମ୍ପାନୀ (ଏମଏନସି) ଗୁଗଲ ଫେସ ଡାଟା ବଦଳରେ ଲୋକଙ୍କୁ ପାଞ୍ଚ ଡଲାର୍ସ(ପାଖାପାଖି ୩୫୦ ଟଙ୍କା) ଦେଉଛି। କାରଣ ବର୍ତ୍ତମାନ ସେ ଏକ ନୂଆ ଫେସ ଅନଲକ ଫିଚର ଉପରେ କାମ କରୁଛି। ଏହି ଫେସ ଡାଟା ଟ୍ରେନିଂ ଏବଂ ଅନ୍ୟ କାର୍ଯ୍ୟରେ ମଧ୍ୟ ସହାୟକ ହେବ ଯାହା ବଦଳରେ ଗୁଗଲ ଏହି ଆମାଉଣ୍ଟ କୁ ଗିଫ୍ଟ କାର୍ଡ ହିସାବରେ ଯୋଗାଇ ଦେଉଛି।

ଏପର୍ଯ୍ୟନ୍ତ ଏହି ଫିଚରର ନାମ ସାମ୍ନାକୁ ଆସିନି କିନ୍ତୁ କୁହାଯାଉଛି ଯେ ଏହି ଫିଚର ଆପଲ ଫେସ ଆଇଡ଼ିକୁ ଟକ୍କର ଦେବାକୁ ଯାଉଛି। କାରଣ ଏହାର ପୁରା ମେଥଡୋଲୋଜି ଗୁଗଲ ହିସାବରେ ପ୍ରସ୍ତୁତ କରାଯାଉଛି କିନ୍ତୁ ଗୁଗଲ ପକ୍ଷରୁ ଏହି ଫିଚର ବିଷୟରେ କୌଣସି ସୂଚନା ସ୍ପଷ୍ଟ କରାଯାଇ ନାହିଁ। କମ୍ପାନୀ ନିଜର ଟିମ୍କୁ ବେଳେବେଳେ କିଛି ସାର୍ବଜନିକ ସ୍ଥାନକୁ ଫେସ ଡାଟା ସଂଗ୍ରହ କରିବା ପାଇଁ ପଠାଉଛି ଏବଂ କମ୍ପାନୀର କର୍ମଚାରୀ ମାନେ ଏହା ବଦଳରେ ଲୋକଙ୍କୁ ୩୫୦ଟଙ୍କାର ଗିଫ୍ଟ କାର୍ଡ ଦେଉଛନ୍ତି ଯାହାକି ଆମାଜନ କିମ୍ବା ଷ୍ଟାରବକ୍ସରେ ବ୍ୟବହାର କରାଯାଇପାରିବ।

ଏହାସହ ପଢନ୍ତୁ ଏଣିକି ସାନିଟାରୀ ନାପକିନ୍ କୁ ସଫା କରି ପୁଣି ଥରେ କରିପାରିବେ ବ୍ୟବହାର, IITର ଦୁଇ ଛାତ୍ର ତିଆରି କଲେ ନିଆରା ଉପକରଣ

ସୂଚନା ଅନୁଯାୟୀ ଯେଉଁ ଲୋକମାନେ ଏହି ଫେସଡାଟା ଦେବା ପ୍ରକ୍ରିୟାରେ ଭାଗ ନେଉଛନ୍ତି ସେମାନଙ୍କୁ ଗୁଗଲ ତରଫରୁ ଏକ ପିକ୍ସେଲ୪ ର ପ୍ରୋଟୋଟାଇପ ଡିଭାଇସ ମିଳୁଛି। କୁହାଯାଉଛି ଯେ ପିକ୍ସେଲ ୪ ହେଉଛି କମ୍ପାନୀର ପ୍ରଥମ ଡିଭାଇସ ଯାହାଦ୍ୱାରା ଆପଣ ଗୁଗଲର ଫେସ ଅନଲକିଂ ଫିଚରକୁ ପାଇପାରିବେ। ବର୍ତ୍ତମାନ ଏହି ବିଷୟରେ କିଛି ଅଧିକ ସ୍ପଷ୍ଟ ହୋଇ କହିବା ଅସମ୍ଭବ ଅଟେ କାରଣ ଯେଉଁ ଡିଭାଇସ ଲୋକଙ୍କୁ ଦିଆଯାଇଛି ସେ ଆକାରରେ ଟିକେ ବଡ଼ ଅଟେ ଏବଂ ଏହା ପ୍ଲାଷ୍ଟିକ ଡବା ଭିତରେ ରହିଥାଏ। ସୂଚନା ଅନୁଯାୟୀ ଏହାର ଅନରିଲିଜ ହାର୍ଡ଼ୱୟାର ବିଷୟରେ କାହାକୁ ସୂଚନା ନଦେବା ପାଇଁ ଏହାର ନିର୍ମାତା ଏହି ଡିଭାଇସକୁ ସମ୍ପୂର୍ଣ୍ଣ ଭାବେ କଭର କରି ଲୋକଙ୍କ ମଧ୍ୟକୁ ପଠାଉଛି।

 

Leave A Reply

Your email address will not be published.