Below header

ମୁହାଣରେ ପହଁଚିବାକୁ ଥାଏ ଆଉ ମାତ୍ର ୧୦ କିଲୋମିଟର, ବୁଡିଗଲା ବୋଟ୍‌

କିନ୍ତୁ ତାପୂର୍ବରୁ ହଠାତ୍‌ ସମୁଦ୍ରରେ ଭାରସାମ୍ୟ ହରାଇଲା ବୋଟ୍‌ । ବୁଡିଗଲା ବୋଟ ଆଉ ସେଥିରେ ଥିବା ୭ ଜଣ ମତ୍ସଜୀବୀ ବୁଡିଗଲେ ଗଭୀର ସମୁଦ୍ରର ଜଳ ଭିତରେ ।

ମହାକାଳପଡା (କେନ୍ୟୁଜ): ଗଭୀର ସମୁଦ୍ରରେ ହଠାତ୍‌ ବୁଡିଗଲା ବୋଟ୍‌ । ମୁହାଣରେ ପହଁଚିବାକୁ ଥାଏ ଆଉ ମାତ୍ର ୧୦ କିଲୋମିଟର । କିନ୍ତୁ ତାପୂର୍ବରୁ ହଠାତ୍‌ ସମୁଦ୍ରରେ ଭାରସାମ୍ୟ ହରାଇଲା ବୋଟ୍‌ । ବୁଡିଗଲା ବୋଟ ଆଉ ସେଥିରେ ଥିବା ୭ ଜଣ ମତ୍ସଜୀବୀ ବୁଡିଗଲେ ଗଭୀର ସମୁଦ୍ରର ଜଳ ଭିତରେ ।

କିନ୍ତୁ କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ସମୁଦ୍ରର ଗଭୀରତାରେ ଥଳକୂଳ ପାଉନଥିଲେ ମତ୍ସ୍ୟଜୀବୀ । ଆଉ ଠିକ୍‌ ଏତିକିବେଳେ ଦେବଦୂତ ସାଜି ପହଁଚିଗଲା ଆଉ ଏକ ବୋଟ୍‌ । କାଳ ବିଳମ୍ବ ନକରି ସେହି ବୋଟର କର୍ମଚାରୀ ମାନେ ଏମାନଙ୍କୁ ଉଦ୍ଧାର କରିଦେଲେ । ତୁରନ୍ତ ଖରିନାସୀ ବୋଟ୍‌ ସଂଘ ପକ୍ଷରୁ ଏକ ସ୍ୱତନ୍ତ୍ର ବୋଟ୍‌ ନେଇ ବୁଡିଯାଇଥିବା ବୋଟ ସହିତ ସାତ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଗଲା ।

ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ଗହୀରମଥା ଗଭୀର ସମୁଦ୍ରର । ସମୁଦ୍ରର ମାଦେଳୀ ମୁହାଣ ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ବୁଡ଼ିଲା ମାଛ ଧରା ବୋଟ । ମା ରାମଚଣ୍ଡୀ-1ନାମକ ଏକ ବୋଟରେ ୭ ଜଣ ମତ୍ସଜୀବୀ ମାଛ ଧରୁଥିବା ବେଳେ ସାମୁଦ୍ରିକ ଉଚ୍ଚ ଜୁଆର ପ୍ରଭାବରେ ବୋଟ ଟି ଭରସାମ୍ୟ ହରାଇ ବୁଡିଗଲା । ଯାହାପରେ ୭ ଜଣ ମତ୍ସ୍ୟଜୀବୀଙ୍କ ଜୀବନ ପଡିଗଲା ବିପଦରେ । କିନ୍ତୁ ଏମାନେ ସମସ୍ତଙ୍କୁ ବଞ୍ଚାଇଦେଲେ ଭଗବାନ । ତେବେ ଯାହା ସୂଚନା ରହିଛି ସମସ୍ତ ମତ୍ସ୍ୟଜୀବୀ ସୁସ୍ଥ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.