Below header

୫ ବର୍ଷ ପରେ ମିଳିଲା ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ, ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ପକ୍ସୋ କୋର୍ଟ

ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଧୀନ ୨୦୧୮ ମସିହାରେ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ରାୟ ପ୍ରକାଶ ପାଇଛି । ଅଭିଯୁକ୍ତକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ବାଲେଶ୍ଵର ସ୍ଵତନ୍ତ୍ର ପକ୍ସୋ କୋର୍ଟ ଜର୍ଜ ରଞ୍ଜନ କୁମାର ସୁତାର। ଏହାସହ ଅଭିଯୁକ୍ତକୁ ୨ ହାଜର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ବାଲେଶ୍ଵର (କେନ୍ୟୁଜ): ୫ ବର୍ଷ ପରେ ମିଳିଲା ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ । ଅଭିଯୁକ୍ତକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ବାଲେଶ୍ଵର ସ୍ଵତନ୍ତ୍ର ପକ୍ସୋ କୋର୍ଟ ଜର୍ଜ ରଞ୍ଜନ କୁମାର ସୁତାର। ଏହାସହ ଅଭିଯୁକ୍ତକୁ ୨ ହାଜର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଧୀନ ୨୦୧୮ ମସିହାରେ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଆଜି ଏଭଳି ରାୟ ପ୍ରକାଶ ପାଇଛି ।

ଏଥିସହିତ ୯ ଜଣ ସାକ୍ଷୀ ସହିତ ୨୦ ଟି ଦଲିଲ ଓ ଦସ୍ତାବିଜକୁ ଭିତ୍ତିକରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ସେହିଭଳି ପୀଡ଼ିତାଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କ୍ଷତିପୂରଣ ବାବଦରେ ୪ ଲକ୍ଷ୍ୟ ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.