Below header

ଦାଦନ ଖଟିବାକୁ ଯାଇଥିଲେ ଫେରିବା ବାଟରେ ଚାଲିଗଲା ଜୀବନ, ବାପାକୁ ଫେରାଇ ଆଣିବାକୁ ଝିଅର ଆକୁଳ ନିବେଦନ

ଦାଦନ ଖଟିବାକୁ ଯାଇଥିଲେ ଫେରିବା ବାଟରେ ଟ୍ରେନ୍‌ରୁ ଖସି ଚାଲିଗଲା ଜୀବନ । ବାପର ମୃତଦେହ ଫେରାଇ ଆଣିବାକୁ କାନ୍ଦି କାନ୍ଦି ଝିଅ କରୁଛି ଆକୁଳ ନିବେଦନ

ସୁନ୍ଦରଗଡ :  କିଂଜିରିକେଲା ଥାନା ଅନ୍ତର୍ଗତ କୁକୁରିଡ଼ିହି ଗାଁ ର ସୁରେଶ ଲାରଙ୍ଗ । ଆଜକୁ ୨ ବର୍ଷ ପୂର୍ବେ ଯାଇଥିଲେ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ କିଛି ମାସ କାମ କରିବା ପରେ କିଛି ପଇସା ନେଇ ଘରକୁ ଫେରୁଥିବା ବେଳେ ଅଧା ବାଟରେ ଏପରି କିଛି ଘଟିଗଲା ଯେ ଯାହା ଆପଣ ବି କେବେ ସ୍ୱପ୍ନରେ ଭାବି ପାରିବେନି । ଗତ ସୋମବାର ଘରକୁ ଫେରୁଥିଲେ ସୁରେଶ । ହେଲେ ସେ ଗୋଆରୁ ବିଜୟୱାଡା ପର୍ଯ୍ୟନ୍ତ ଆସିବା ପରେ ସେଠାରୁ ଆଉ ଏକ ଟ୍ରେନ ବଦଳାଇ ଓଡିଶାକୁ ଫେରୁଥିଲେ । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ଅଧା ବାଟରେ ହଠାତ୍‌ ଟ୍ରେନ୍ରୁ ପଡ଼ି ଗୁଣ୍ଟୁର ଷ୍ଟେସନ ନିକଟରେ ପ୍ରାଣ ହରାଇଲେ । ଏପେଟେ ପରିବାରବର୍ଗ ଚାହିଁ ବସିଥିବା ବେଳେ ସୁରେଶଙ୍କ ଏପରି ମୃତ୍ୟୁକୁ ଗ୍ରହଣ କରିପାରୁନାହାଁନ୍ତି ସ୍ତ୍ରୀ ଓ ପିଲା । ସେପଟେ ସୁରେଶଙ୍କ ମୃତଦେହ ଗାଁକୁ ଆସି ପାରୁ ନଥିବା ବେଳେ ବାପାର ମୁହଁ ଟିକିଏ ଦେଖିବା ପାଇଁ କାନ୍ଦି କାନ୍ଦି ସୁରେଶଙ୍କ ଝିଅ ଗୁହାରି କରୁଛି ।

ଏନେଇ ରେଲବାଇ ପୋଲିସ ତାଙ୍କ ପରିବାର ବର୍ଗକୁ ଫୋନ କରି ଜଣାଇଥିଲେ । ଘରର ମୁରବୀକୁ ହରାଇ ଭାଙ୍ଗି ପଡ଼ିଛି ସମ୍ପୂର୍ଣ୍ଣ ପରିବାର । ଗରିବ ପରିବାର ଏବେ କିଭଳି ଭାବରେ ନିଜ ମୃତ ସ୍ବାମୀର ଶବକୁ ଘରକୁ ଆଣିବ ସେ ନେଇ ଚିନ୍ତାରେ ପଡିଯାଇଛନ୍ତି । ଆଉ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମ ବିଭାଗର ଅଧିକାରୀ ମାନେ ଏବେ କିଭଳି ଘରକୁ ଶବ ଆଣିବେ ସେନେଇ ଜୋରଦାର ପ୍ରୟାସ ଚଳାଇଛନ୍ତି । ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ସୁରେଶଙ୍କ ମୃତଦେହକୁ ଫେରାଇ ଆଣିବାକୁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.