କେନାଲରେ ଭାସୁଛି ନବଜାତ ଶିଶୁର ମୃତଦେହ
ଟାଙ୍ଗୀ(କେନ୍ଯୁଜ୍): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପାରିନୂଆ ଗାଁ କେନାଲରେ ଆଜି ଏକ ନବଜାତ ଶିଶୁର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ଆଜି କେନାଲକୁ ଶୌଚ ହେବା ପାଇଁ ଯାଇଥିବାବେଳେ କିଛି ସ୍ଥାନୀୟ ଲୋକ ଏକ ନବଜାତ ଶିଶୁ ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ।
ତେବେ ଶିଶୁଟିକୁ କେନାଲରେ କିଏ ପକାଇ ଦେଇଛି ନା ଅନ୍ୟ କେଉଁ ପରିସ୍ଥିତିରେ ଶିଶୁଟି ଭାସୁଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।