DRDO ମାମଲା: ୭ ଦିନିଆ ରିମାଣ୍ଡରେ ଆସିବେ ୫ ଅଭିଯୁକ୍ତ
ବାଲେଶ୍ୱର (କେନ୍ୟୁଜ) : ବାଲେଶ୍ୱର DRDO ତଥ୍ୟ ଲିକ୍ ଘଟଣା । ୭ ଦିନିଆ ରିମାଣ୍ଡରେ ଆସିବେ ଗିରଫ ୫ ଅଭିଯୁକ୍ତ। ବାଲେଶ୍ୱର କୋର୍ଟ ଦେଲେ ମଞ୍ଜୁରୀ । ବାଲେଶ୍ୱର କୋର୍ଟରେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ୫ ଅଭିଯୁକ୍ତଙ୍କୁ ମାରାଥନ ଜେରା କରିବ କ୍ରାଇମବ୍ରାଞ୍ଚ । ବାଲେଶ୍ୱରରୁ କଟକ ଆଣି ଜେରା କରିବ କ୍ରାଇମବ୍ରାଞ୍ଚ । ଟିମରେ ଅଛନ୍ତି ଅତିରିକ୍ତ ଏସପି, ସାଇବର ଇନିସପେକ୍ଟର ଓ ସବ ଇନିସପେକ୍ଟର ।
ସମସ୍ତ ଦିଗକୁ ନେଇ ମୂଳରୁ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । କାହାକୁ ତଥ୍ୟ ଯୋଗାଉଥିଲେ ? କେଉଁ ପ୍ରକାର ଡାଟା ଟ୍ରାନସଫର ହୋଇଛି ? ସମ୍ପର୍କୀୟଙ୍କ ଲିଙ୍କ୍ ରହିଛି କି ? କେତେ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି ? ଅନ୍ୟ କାହାର ସମ୍ପୃକ୍ତି ରହିଛି ? ଆବଶ୍ୟକ ପଡିଲେ କେନ୍ଦ୍ରୀୟ ସଂସ୍ଥାର ସହଯୋଗ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।.