Below header

ମିଳିଲା ଡଙ୍ଗା ଚାଳକଙ୍କ ମୃତଦେହ, ପର୍ଯ୍ୟଟକଙ୍କୁ ବୁଲାଇବା ବେଳେ ଡଙ୍ଗାରୁ ଖସିପଡିଥିଲେ

ମିଳିଲା ଡଙ୍ଗା ଚାଳକଙ୍କ ମୃତଦେହ । ଚିଲିକାରେ ଡଙ୍ଗାରୁ ଖସିପଡି ନିଖୋଜ ହୋଇଥିଲେ ଡଙ୍ଗା ଚାଳକ ବିକ୍ରମ ଜାଲି । ଭାସୁଥିବା ଅବସ୍ଥାରେ ଠାବ ହୋଇଛି ମୃତଦେହ ।

ବ୍ରହ୍ମଗିରି (କେନ୍ୟୁଜ); ମିଳିଲା ଡଙ୍ଗା ଚାଳକଙ୍କ ମୃତଦେହ । ଚିଲିକାରେ ଡଙ୍ଗାରୁ ଖସିପଡି ନିଖୋଜ ହୋଇଥିଲେ ଡଙ୍ଗା ଚାଳକ ବିକ୍ରମ ଜାଲି । ଭାସୁଥିବା ଅବସ୍ଥାରେ ଠାବ ହୋଇଛି ମୃତଦେହ ।

ଗତକାଲି ଠାରୁ ଟ୍ୟୁରିଷ୍ଟ ବୋଟ ନେଇ ଚିଲିକାରେ ୫ ଜଣଙ୍କୁ ବୁଲିବା ପାଇଁ ଯାଇଥିଲେ । ଘଟଣା ସ୍ଥଳରେ କୌଣସି କାରଣ ବଶତଃ ଡ଼ଙ୍ଗାରୁ ଖସି ପଡ଼ି ନିଖୋଜ ହୋଇଯାଇଥିଲେ । ଏହାପରେ ଅନ୍ୟ ଏକ ଡଙ୍ଗାରେ ପର୍ଯ୍ୟଟକ ଉଦ୍ଧାର କରାଯାଇଥିଲା । ବାକି ନିଖୋଜ ଡଙ୍ଗା ଚାଳକଙ୍କ ଖୋଜାଖୋଜି ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ଧରି ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀଙ୍କ ସର୍ଚ୍ଚ ଅପରେସନ ବି ପତ୍ତା ମିଳିନଥିଲା । ଶେଷରେ ଗୁରୁବାର ଦିନ ଡଙ୍ଗା ଚାଳକଙ୍କ ମୃତଦେହ ମିଳିଥିଲା । ମୃତଦେହଟି ଭାସୁଥିବା ବେଳେ ଠାବ ହୋଇଛି । ଘଟଣା ସ୍ଥଳରେ ବ୍ରହ୍ମଗିରି ଥାନା ପୋଲିସ ଏବଂ ସାତପଡ଼ା ଫାଣ୍ଡି ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପାଇଁ ପଠା ଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.