ଯୁବକଙ୍କୁ ୮ ଥର ଟ୍ରାକ୍ଟର ଚଢାଇ ମାରିବା ଘଟଣାରେ ନୂଆ ମୋଡ଼, ପଡୋଶୀଙ୍କୁ ଫସାଇବା ପାଇଁ ବଡ ଭାଇକୁ ହତ୍ୟା କଲା ସାନ ଭାଇ

ପଡୋଶୀଙ୍କୁ ଫସାଇବା ପାଇଁ ନିଜ ଭାଇକୁ ୮ ଥର ଟ୍ରାକ୍ଟର ଚଢାଇ ମାରିଦେଲା ଭାଇ । ଘଟଣା ସ୍ଥଳରେ ପରିବାର ଲୋକେ ଉପସ୍ଥିତ ଥିବା ବେଳେ ସବୁ ଚୁପ୍‌ ରହିଥିଲେ । ଆଉ ଭିଡିଓ କରୁଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ସତ ଜାଣିବାକୁ ପାଇଛି ।

ରାଜସ୍ଥାନର ଭରତପୁରରେ ବୁଧବାର ହୋଇଥିବା ଟ୍ରାକ୍ଟର କାଣ୍ଡରେ ବଡ ଖୁଲାସା ହୋଇଛି । ଏହି ଘଟଣା କେହି ଅଜଣା ଲୋକ ନୁହେଁ ବରଂ ନିଜ ଭାଇ କରିଛି । ଅଭିଯୁକ୍ତ ଜଣକ ପଡୋଶୀଙ୍କୁ ଫସାଇବା ପାଇଁ ନିଜ ଭାଇକୁ ୮ ଥର ଟ୍ରାକ୍ଟର ଚଢାଇ ମାରିଦେଇଛନ୍ତି । ଆଉ ଘଟଣା ବେଳେ ମୃତକଙ୍କ ଭଉଣୀ ମଧ୍ୟ ଉପସ୍ଥିତି ଥିବା ସୂଚନା ମିଳିଛି । କେବଳ ସେତିକି ନୁହେଁ, ଭଉଣୀ ଜଣକ ଘଟଣାକୁ ଚୁପ୍‌ ହୋଇ ଦେଖିଥିବା ବେଳେ ଯେଉଁମାନେ ଘଟଣା ରୋକିବାକୁ ଚେଷ୍ଟା କରିଥିଲେ, ତାଙ୍କ ଉପରକୁ ପଥରମାଡ କରିଥିବାର ଖବର ମିଳିଛି ।

ଖବର ମୁତାବକ, ରାଜସ୍ଥାନର ଭରତପୁର ଜିଲ୍ଲାର ବୟନା ଅଡ୍ଡା ଗାଁରେ ମୃତକ ନରପତଙ୍କ ୫ ଦିନ ପୂର୍ବରୁ ପଡୋଶୀ ସହିତ ଝଗଡା ହୋଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ ନରପତଙ୍କ ସାନ ଭାଇ ବୁଧବାର ସକାଳ ଟ୍ରାକ୍ଟର ତାଙ୍କ ଉପରେ ୮ ଥର ଚଢାଇ ହତ୍ୟା କରିଥିଲେ । ଏହି ଘଟଣା ବେଳେ ପରିବାର ସହିତ ଅନେକ ଲୋକ ଘଟଣା ସ୍ଥଳରେ ରହିଥିଲେ । କିନ୍ତୁ ଲୋକେ କେବଳ ଭିଡିଓ କରୁଥିଲେ । ଏହା ବିଷୟରେ ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି ।

ପୋଲିସ ପଚରାଉଚରା ବେଳେ ଅଭିଯୁକ୍ତ ଜଣକ କହିଥିଲେ ଯେ, ଭାଇ ହତ୍ୟା ମାମଲାରେ ପଡୋଶୀଙ୍କୁ ଫସାଇବାକୁ ଚାହୁଁଥିଲେ । ଏହା ତାଙ୍କ ପରିବାର ସଦସ୍ୟ ମଧ୍ୟ ଏହା ଜାଣିଥିଲେ। ତେଣୁ ଘଟଣା ସ୍ଥଳରେ ତାଙ୍କ ଭଉଣୀ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ଅଭିଯୁକ୍ତ ଜଣକ କହିଛନ୍ତି ଯେ, ଘଟଣା ପରେ ତୁରନ୍ତ ସେ ଘରକୁ ଯାଇ ପୋଷାକ ବଦଳାଇ ଘଟଣାସ୍ଥଳରେ ପହଞ୍ଚି ପଡ଼ୋଶୀଙ୍କ ବିରୋଧରେ ଅଭିଯୋଗ ଆରମ୍ଭ କରିଥିଲେ ।

ପୋଲିସ ପଚରାଉଚରା ବେଳେ ଅଭିଯୁକ୍ତ ନିଜ ଅପରାଧ ସ୍ୱୀକାର କରିଛି । ଘଟଣା ସମୟରେ ଅଭିଯୁକ୍ତଙ୍କ ଭଉଣୀ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିବା ଏସଏସପି କହିଛନ୍ତି । ସେମାନଙ୍କ ମଧ୍ୟରୁ କେହି ଅଭିଯୁକ୍ତକୁ ଅଟକାଇବାକୁ ଚେଷ୍ଟା କରିନଥିଲେ । ଭିଡିଓ ଦେଖିବା ପରେ ଦର୍ଶାଯାଇଛି ଯେ ଯେତେବେଳେ ଅନ୍ୟ ଲୋକମାନେ ଏହି ଘଟଣାକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ, ଅଭିଯୁକ୍ତର ଭଉଣୀ ସେମାନଙ୍କୁ ପଥର ଓ ବାଡ଼ିରେ ଗୋଡ଼ାଇ ଗୋଡ଼ାଇ ଗୋଡ଼ାଇଥିଲେ । ପୋଲିସ ଏହି ଭିଡିଓକୁ ଫୋରେନସିକ୍ ତଦନ୍ତ ପାଇଁ ପଠାଇ ମୁଖ୍ୟ ଅଭିଯୁକ୍ତ ତଥା ଅନ୍ୟମାନଙ୍କୁ ଅଟକ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.