Below header

ମୋବାଇଲରେ ଥିବା SIM କାର୍ଡ କିପରି କାମ କରିଥାଏ? ଜାଣନ୍ତୁ IMSI ନମ୍ବର କଣ?

ଆପଣମାନେ ନିଜ ସ୍ମାର୍ଟଫୋନରେ ଗୋଟିଏ କିମ୍ବା ଦୁଇଟି SIM କାର୍ଡର ବ୍ୟବହାର ନିଶ୍ଚୟ କରୁଥିବେ । ଏହା ମାଧ୍ୟମରେ ଆମେ କଲ୍‌, ଡାଟା ଏବଂ SMS ର ଲାଭ ନେଇଥାଉ । ତେବେ ଆସନ୍ତୁ ଆଜି ଜାଣିବା ଏହି SIM କାର୍ଡ କଣ ଏବଂ ଏହା କିପରି କାମ କରିଥାଏ ।

ଆପଣମାନେ ନିଜ ସ୍ମାର୍ଟଫୋନରେ ଗୋଟିଏ କିମ୍ବା ଦୁଇଟି SIM କାର୍ଡର ବ୍ୟବହାର ନିଶ୍ଚୟ କରୁଥିବେ । ଅନେକ ଲୋକ ଆଜିକାଲି ଇ- SIM କାର୍ଡର ବ୍ୟବହାର ମଧ୍ୟ କରୁଛନ୍ତି । ଏହା ମାଧ୍ୟମରେ ଆମେ କଲ୍‌, ଡାଟା ଏବଂ SMS ର ଲାଭ ନେଇଥାଉ । ତେବେ ଆସନ୍ତୁ ଆଜି ଜାଣିବା ଏହି SIM କାର୍ଡ କଣ ଏବଂ ଏହା କିପରି କାମ କରିଥାଏ । SIM ର ମାନେ ହେଉଛି ସବସ୍କ୍ରାଇବର୍‌ ଆଇଡିଣ୍ଟିଫିକେସନ୍‌ ମଡ୍ୟୁଲ । ଏହା ଏକ ପ୍ରକାରର ଚିପ୍‌ ହୋଇଥାଏ, ଯାହା ଆମ ମୋବାଇଲରେ ଭର୍ତ୍ତି କରାଯାଇଥାଏ ।

SIM କାର୍ଡ ସାହାଯ୍ୟରେ ସବସ୍କ୍ରାଇବର୍‌ର ପରିଚୟ ଏକ ନେଟୱାର୍କ ଭଳି ହୋଇଥାଏ । SIM କାର୍ଡର ବ୍ୟବହାର କରୁଥିବା ପ୍ରତ୍ୟେକ ୟୁଜରର ପରିଚୟ ଏକ ୟୁନିକ୍‌ ନମ୍ବର ଦ୍ୱାରା ହୋଇଥାଏ । ଏହାକୁ ଇଣ୍ଟରନ୍ୟାସନାଲ ମୋବାଇଲ ସବସ୍କ୍ରାଇବର୍‌ ଆଇଡିଣ୍ଟିଟି IMSI ନମ୍ବର କୁହାଯାଏ । ଯାହା ଲୋକେସନ ଏବଂ ଡାଟା ସମ୍ବନ୍ଧୀୟ ସୂଚନା ଦେଇଥାଏ । କୌଣସି ସ୍ମାର୍ଟଫୋନକୁ ସେଲ୍ୟୁଲାର ନେଟୱାର୍କରେ କନେକ୍ଟ କରିବା ପାଇଁ SIM କାର୍ଡର ଆବଶ୍ୟକତା ଥାଏ ।

ଉଭୟଙ୍କ ମଧ୍ୟରେ ଏକ କନେକ୍ସନ ୟୁନିକ ଅଥେଣ୍ଟିକେସନ୍‌ key ମାଧ୍ୟମରେ ଏହାକୁ ଏଷ୍ଟାବ୍ଲିସ୍‌ କରାଯାଇଥାଏ । ୟୁଜର ନୂଆ SIM ନେବା ପରେ ଏହାକୁ ଅନଲକ୍‌ କରିବାକୁ ପଡିବ ।  ସମସ୍ତ SIM କାର୍ଡରେ ଡାଟା ରହିଥାଏ । ଏହାକୁ ଏହି ଭଳି ଭାବରେ ଡିଜାଇନ କରାଯାଇଥାଏ ଯାହାକୁ ୟୁଜର ମୋବାଇଲ ଫୋନ୍‌ ମାଧ୍ୟମରେ ଆକ୍ସେସ୍‌ କରିପାରିବେ ନାହିଁ । ସିମ୍ କାର୍ଡ କେବଳ ମୋବାଇଲ କୁ ସେଲ୍ୟୁଲାର୍ ନେଟୱାର୍କ ସହିତ କନେକ୍ଟ କରେ ନାହିଁ ବରଂ ଏହା ଭିତରେ ଅନେକ ପ୍ରକାରର ସୂଚନା ମଧ୍ୟ ରହିଥାଏ ।

ଯେପରିକି ଏହା ନିଜସ୍ୱ ଇଣ୍ଟିଗ୍ରେଟେଡ୍ ସର୍କିଟ୍ କାର୍ଡ ବିଷୟରେ ସୂଚନା ରଖିଥାଏ । ସେହିଭଳି IMSI ନମ୍ବର, ସବସ୍କ୍ରାଇବର୍‌ ଲୋକେସନର ସୂଚନା , ଏବଂ ତାଙ୍କର କରେଣ୍ଟ ଲୋକେସନ ବିଷୟରେ ସୂଚନା ଦେଇଥାଏ । ଏହା ବ୍ୟତୀତ, ନେଟୱାର୍କ ରୋମିଙ୍ଗ ସମୟରେ କେଉଁ ଲୋକମାନେ ସିମ୍ କାର୍ଡ କନେକ୍ଟ କରିପାରିବେ, କେଉଁ ଏମର୍ଜେନ୍ସି ନମ୍ବର ସେ ଆକ୍ସେସ କରିପାରିବେ ଏବଂ ସିମ୍ କାର୍ଡରେ କେତେ ସ୍ପେସ ରହିଛି, ଏହି ସବୁର ସୂଚନା ମଧ୍ୟ ସିମ୍ କାର୍ଡ ଭିତରେ ଉପଲବ୍ଧ । ଏହା ବ୍ୟତୀତ ୟୁଜର୍ସଙ୍କର କଣ୍ଟାକ୍ଟ ଏବଂ SMS ସୂଚନା ମଧ୍ୟ ଏକ ସିମ୍ କାର୍ଡ ଭିତରେ ରହିଥାଏ ।

ସିମ୍ କାର୍ଡଗୁଡିକ ISO / IEC 7816 ଯଥା ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଫର ଷ୍ଟାଣ୍ଡାର୍ଡଟାଇଜେସନ ଏବଂ ଇଣ୍ଟରନ୍ୟାସନାଲ ଇଲେକ୍ଟ୍ରୋଟେକ୍ନିକାଲ୍ କମିଶନ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ । ଏହା ଷ୍ଟାଣ୍ଡାର୍ଡ ସ୍ମାର୍ଟ କାର୍ଡ ସହିତ ଅନ୍ୟ ଇଲେକ୍ଟ୍ରୋନିକ୍ ଆଇଟମ୍ ପାଇଁ ପ୍ରଯୁଜ୍ୟ । ଅନ୍ୟ ପାର୍ଶ୍ୱରେ ମେଟାଲ କଣ୍ଟେକ୍ଟସ ଅଛି ଯାହା ସିମ୍ କାର୍ଡର ଗୋଲଡେନ ରଙ୍ଗ ହୋଇଥାଏ । ଏହାର ଅର୍ଥ ଆମେ ଉପରୁ ଦେଖୁଥିବା ରଙ୍ଗ କେବଳ ମେଟାଲ କଣ୍ଟାକ୍ଟସ ହୋଇଥାଏ । ତାରଗୁଡ଼ିକ ମାଧ୍ୟମରେ, ଇଣ୍ଟିଗ୍ରେଟେଡ୍ ସର୍କିଟକୁ ମେଟାଲ କଣ୍ଟାକ୍ଟସ ସହିତ ସଂଯୋଗ କରାଯାଇଥାଏ ଏବଂ ତା’ପରେ ଏହା ସ୍ମାର୍ଟଫୋନର ଡାଟା କନେକ୍ଟର୍ ସହିତ ଲଗାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.