ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଲାଇଟ ଶୋକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ମ୍ୟାକ୍ସୱେଲ, କିନ୍ତୁ ବହୁତ ଖୁସି ହେଲେ ଓ୍ଵାର୍ଣ୍ଣର
ଅଷ୍ଟ୍ରେଲିଆ ଦେଇଥିବା ୪୦୦ ରନ୍ ଟାର୍ଗେଟକୁ ପିଛା କରି ୯୦ ରନରେ ଅଲଆଉଟ୍ ହୋଇଯାଇଥିଲା ନେଦରଲାଣ୍ଡ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଜିତିବା ପରେ ଷ୍ଟାଡିୟମରେ ଲାଇଟ ଶୋ ହୋଇଥିଲା । ଏହି ଲାଇଟ ଶୋର ମଜା ଫ୍ୟାନ୍ସ ଉଠାଇଥିବା ବେଳେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ବିଲକୁଲ୍ ଖୁସି ନଥିଲେ ।

ଆଇଆଇସି ଦିନିକିଆ ବିଶ୍ୱକପ ୨୦୨୩ ରେ ନେଦରଲାଣ୍ଡକୁ ବଡ ସ୍କୋର ବ୍ୟବଧାନରେ ହରାଇଛି । ଅଷ୍ଟ୍ରେଲିଆ ଦେଇଥିବା ୪୦୦ ରନ୍ ଟାର୍ଗେଟକୁ ପିଛା କରି ୯୦ ରନରେ ଅଲଆଉଟ୍ ହୋଇଯାଇଥିଲା ନେଦରଲାଣ୍ଡ । ଏହି ମ୍ୟାଚରେ ଓ୍ଵାର୍ଣ୍ଣର ୯୩ ବଲରେ ୧୦୪ ରନ କରିଥିବା ବେଳେ ମ୍ୟାକ୍ସୱେଲ ୪୪ବଲରେ ୧୦୬ ରନ୍ କରିଥିଲେ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ଅଷ୍ଟ୍ରେଲିଆ ଜିତିବା ପରେ ଷ୍ଟାଡିୟମରେ ଲାଇଟ ଶୋ ହୋଇଥିଲା । ଏହି ଲାଇଟ ଶୋର ମଜା ଫ୍ୟାନ୍ସ ଉଠାଇଥିବା ବେଳେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ବିଲକୁଲ୍ ଖୁସି ନଥିଲେ ।
ଏହାକୁ ନେଇ ମ୍ୟାକ୍ସୱେଲ କହିଛନ୍ତି, ଲାଇଟ ଶୋ’ ଯୋଗୁଁ ଖେଳାଳିଙ୍କୁ ଅସୁବିଧା ଦେଉଛି । ଏହା ସବୁଠୁ ଖରାପ ଆଇଡିଆ । ଏହି ଲାଇଟ ଆଖିରେ ପଡିବା ଦ୍ୱାରା ବହୁତ ସମୟ ଯାଏଁ ଆଖି ଖରାପ ଲାଗୁଛି । ଏହା ଫ୍ୟାନ୍ସଙ୍କ ପାଇଁ ଭଲ କିନ୍ତୁ ଖେଳାଳିଙ୍କ ପାଇଁ ବହୁତ ଖରାପ । କିନ୍ତୁ ଏହି ଲାଇଟ ଶୋ’କୁ ନେଇ ଓ୍ଵାର୍ଣ୍ଣର କହିଛନ୍ତି, ମୋତେ ଲାଇଟ ଶୋ ବହୁତ ଅଧିକ ପସନ୍ଦ ଆସିଲା ।
I absolutely loved the light show, what an atmosphere. It’s all about the fans. Without you all we won’t be able to do what we love. 🙏🙏🙏 https://t.co/ywKVn5d5gc
— David Warner (@davidwarner31) October 25, 2023
ସୂଚନା ମୁତାବକ, ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ କରିଥିଲା ବେଳେ ଚତୁର୍ଥ ଓଭରରେ ମିଚେଲ ମାର୍ଶ (୯) ଆଉଟ୍ ହୋଇଥିଲେ । ଦ୍ବିତୀୟ ୱିକେଟରେ ଷ୍ଟିଭେନ୍ ସ୍ମିଥ୍ (୭୧)ଙ୍କ ସହ ୧୩୨ ଓ ତୃତୀୟ ୱିକେଟରେ ମାର୍ନସ ଲବୁସାନ (୬୨)ଙ୍କ ସହ ୮୪ ରନ୍ ଭାଗୀଦାରି ପରେ ଡେଭିଡ୍ ୱାର୍ଣ୍ଣର ଚଳିତ ବିଶ୍ବକପରେ ଲଗାତାର ଦ୍ବିତୀୟ ଶତକ (୧୦୪ ରନ୍, ୯୩ ବଲ୍, ୧୧ ଚୌକା, ୩ ଛକା) ଅର୍ଜନ କରିଥିଲେ । ୪୦ ବଲରୁ ଶତକ କରିବା ପରେ ୧୦୬ ରନ୍ (୯ ଚୌକା, ୮ ଛକା) କରି ଆଉଟ୍ ହୋଇଥିଲେ । ୱାର୍ଣ୍ଣର ନିଜ ଇନିଂସରେ ୧୧ ଚୌକା ଓ ୩ ଛକା ମାରିଥିବା ବେଳେ ମ୍ୟାକ୍ସୱେଲ ୯ ଚୌକା ଓ ୮ ଛକା ମାରିଥିଲେ। ୪୦୦ ରନର ଟାର୍ଗେଟକୁ ପୂରା କରିବାକୁ ଯାଇ ୯୦ ରନରେ ଅଲଆଉଟ୍ ହୋଇଯାଇଥିଲେ ନେଦରଲାଣ୍ଡ ଖେଳାଳି । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ମିଚେଲ ମାର୍ଶ ୨ଟି ୱିକେଟ୍ ନେଇଥିଲେ।