ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ: ଶିଶୁ ସମେତ ୩ ଆହତ, ଉଦ୍ଧାର କଲେ ବୋଲବମ୍ ଭକ୍ତ 

ସୋମବାର ଅପରାହ୍ନ ରେ ଭାରସାମ୍ୟ ହରାଇ ରାସ୍ତା ରୁ ପ୍ରାୟ ୨୦ ଫୁଟ ତଳକୁ ଓଲଟି ପଡିଛି।ଫଳରେ ଏଥିରେ ଯାତ୍ରା କରୁଥିବା ସାତ ଜଣଙ୍କ ମଧ୍ୟରୁ ତିନି ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦୁଇଜଣ ମହିଳା ଥିବା ବେଳେ ଜଣେ ଶିଶୁ ଅଛନ୍ତି ।

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ଠାରେ ଏକ ବୋଲେରୋ ସୋମବାର ଅପରାହ୍ନ ରେ ଭାରସାମ୍ୟ ହରାଇ ରାସ୍ତା ରୁ ପ୍ରାୟ ୨୦ ଫୁଟ ତଳକୁ ଓଲଟି ପଡିଛି।ଫଳରେ ଏଥିରେ ଯାତ୍ରା କରୁଥିବା ସାତ ଜଣଙ୍କ ମଧ୍ୟରୁ ତିନି ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦୁଇଜଣ ମହିଳା ଥିବା ବେଳେ ଜଣେ ଶିଶୁ ଅଛନ୍ତି ।  ଆହତ ମାନେ ଛତିଶଗଡ଼ ନଗରୀ ଜିଲ୍ଲାର ନଗରୀ ସହରର ଅଭିଷେକ ମଣ୍ଡାରି(୪), ରୁବି ମଣ୍ଡାରି ( ୩୫)ଏବଂ ମଂଜୁସ ମଣ୍ଡାରି ବୋଲି ଜଣାପଡିଛି ।

ଜଗା ଦର୍ଶନ ପାଇଁ ପରିବାର ଲୋକେ ଛତିଶଗଡ଼ରୁ ପୁରୀ ଯାଉଥିବା ବେଳେ ବର୍ଷା ଯୋଗୁଁ ଖ୍ରୀଷ୍ଟପୁର ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଦୁର୍ଘଟଣା ସମୟରେ ସେହି ରାସ୍ତାରେ ମୋହନାରୁ ବିରିକୋଟ ଶ୍ରାବଣ ଜଳାଭିଷେକ ପାଇଁ ଯାଉଥିବା ମୋହନା ଶ୍ରୀ ନୀଳକଣ୍ଠେଶ୍ଵର ବୋଲ୍ ବମ୍ ସଙ୍ଘର ସଦସ୍ୟ ମାନେ ଆହତ ମାନଙ୍କୁ ଉଦ୍ଧାର କରି ଅଡବା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।  ଅଡବା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.