ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ବୋଲେରୋ : ୭ଆହତ, ୫ଜଣ ଗୁରୁତର

କୋରାପୁଟ(କେନ୍ଯୁଜ୍): ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ବାଣୁଆଗୁଡା ଗାଁର । ଜୟପୁରରୁ ଦଶମନ୍ତପୁର ଫେରୁଥିବା ବେଳେ ଆମ୍ବିଳି ଆମ୍ବଗୁଡା ନିକଟରେ ଘଟିଛି ଦୁର୍ଘଟଣା ।

ବିପରୀତ ଦିଗରୁ ଆସୁଥିବା ଏକ ଗାଡିର ଲାଇଟ୍‌ ପଡିବାରୁ ଡ୍ରାଇଭର ଭାରସାମ୍ୟ ହରାଇ ବୋଲେରୋ ରାସ୍ତା କଡକୁ ଓଲଟି ପଡିଥିଲା । ସମସ୍ତ ଆହତଙ୍କୁ କୋରାପୁଟ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । କାକିରିଗୁମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.