ଅନୁପ ସାଏଙ୍କ ବିରୋଧରେ ପୋଲିସ ହାତରେ ଠୋସ୍ ପ୍ରମାଣ: ଡବଲ ମର୍ଡର ମାମଲାର ଗୁମର ଖୋଲିବ ବୋଲେରୋ, ଗୁଜରାଟରେ ଖୋଜୁଛି ଛତିଶଗଡ଼ର ସ୍ୱତନ୍ତ୍ର ଟିମ୍
ରାୟଗଡ଼ : ରାୟଗଡ଼ ମାଆ ଓ ଝିଅଙ୍କୁ ଡବଲ ମର୍ଡର ମାମଲାର ଗୁମର ଖୋଲିବ ବୋଲେରୋ । ଛତିଶଗଡ଼ର ଏକ ସ୍ୱତନ୍ତ୍ର ଟିମ୍ ବୋଲେରୋ ଖୋଜିବା ପାଇଁ ଗୁଜରାଟ ଯାଇଛି । ସେପଟେ ଅନୁପ ସାଏଙ୍କ ବିରୋଧରେ ପୋଲିସ ହାତରେ ଲାଗିଛି ଠୋସ୍ ପ୍ରମାଣ । ତିନି ଦିନିଆ ରିମାଣ୍ଡରେ ଅଛନ୍ତି ଅନୁପ ସାଏ । ଏହି ରିମାଣ୍ଡ ସମୟରେ ଅଧିକ ତଥ୍ୟ ହାସଲ ପାଇଁ ଜେରା କରୁଛି ପୋଲିସ ।
ଉଭୟ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପ୍ରଥମେ ଅଲଗା ଅଲଗା ଓ ପରେ ମୁହାଁମୁହିଁ ଜେରା କରାଯାଇଥିଲା । ଗତକାଲି ଦିନିକିଆ ରିମାଣ୍ଡ ସରିବା ପରେ ବର୍ଦ୍ଧନକୁ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ତାଙ୍କୁ ପୁଣି ଜେଲ୍କୁ ପଠାଇ ଦିଆଯାଇଛି । ଏପଟେ ଅନୁପଙ୍କ ନାର୍କୋ ଟେଷ୍ଟ ପାଇଁ ଆବେଦନର ଶୁଣାଣିକୁ ଶନିବାରକୁ କୋର୍ଟ ଘୁଞ୍ଚାଇ ଦେଇଛନ୍ତି କୋର୍ଟ ।