ଲମତାପୁଟ ପୋଲିସ ଦ୍ୱାରା ୩ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଗାଡ଼ି ଜବତ, ଜଣେ ଗିରଫ

ଲମତାପୁଟ : ଲମତାପୁଟ ପୋଲିସ ଦ୍ୱାରା ୩ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଗାଡ଼ି ଜବତ, ଜଣେ ଗିରଫ। ଲମତାପୁଟ ଓ ମାଛକୁଣ୍ଡ ପୋଲିସ ଦ୍ୱାରା ଏହା ଜବତ ହୋଇଛି। ଗିରଫ ଡ୍ରାଇଭର ହେଲେ ରବି ପରଜା । ତାର ଘର ବୈପାରିଗୁଡ଼ା ଥାନା ସୁକୁପଦର ବୋଲି ଜଣାପଡିଛି। ପାଟ୍ରେଲିଂ ସମୟରେ ଗାଡ଼ି ଯାଞ୍ଚ ବେଳେ ପିକ୍‌ଅପ୍‌ ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ମାଛକୁଣ୍ଡ ଅଞ୍ଚଳରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ ଗଞ୍ଜେଇ ବୋଝେଇ ଗାଡିକୁ ପୋଲିସ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.