Below header

ଭୁବନେଶ୍ୱର ଲକ୍ଷ୍ମୀ ସାଗରରେ ବୋମା ଆତଙ୍କ, ହେଲେ ପ୍ୟାକେଟ୍‌ରୁ ପୋଲିସ୍‌ ଯାହା ପାଇଲା ଆପଣ ଆଶ୍ଚର୍ଯ୍ୟ ହେବେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀରେ ବୋମା ଆତଙ୍କ । କିଛି ସମୟ ପୂର୍ବରୁ ଲକ୍ଷ୍ମୀସାଗର ଅଞ୍ଚଳ ସ୍ୱାଗତ ହୋଟେଲ ନିକଟ ଏକ ବନ୍ଦ ଥିବା ଦୋକାନ ଦୁଆରେ ଗୋଟିଏ ଏକ ବଡ଼ ଅମୁଲ କାର୍ଟୁନ୍‌ ଥିଲା । ତାକୁ ଦେଖି ସମସ୍ତଙ୍କ ଭିତରେ ଛନକା ପଶିଲା ।

DOG

ଚର୍ଚ୍ଚା ଆରମ୍ଭ ହେବା ପରେ ଖବର ଦିଆଗଲା ପୋଲିସ୍‌କୁ । ପୋଲିସ୍‌ ଆସିଲା ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟ ସ୍କ୍ଵାର୍ଡ ସହ । କାରଣ ନିର୍ବାଚନ ବେଳ । କାଳେ କିଛି ଅଘଟଣ ଘଟାଇବାକୁ କେହି ଯୋଜନା କରିଥାଇ ପାରେ ?

BOOKS

ଏଇ ଆଶଙ୍କାରେ ପୋଲିସ୍‌ର ନିଷ୍କ୍ରିୟ ସ୍କ୍ଵାର୍ଡ ପ୍ୟାକେଟ୍‌ଟିକ୍‌ୁ ଧରି ମେଳଣ ପଡ଼ିଆକୁ ଦୌଡ଼ିଲେ । ହେଲେ ପ୍ୟାକେଟ୍‌ ଖୋଲିବା ପରେ ସେଥିରୁ ବାହାରିଲା କିଛି ପ୍ରେମ ବହି ମାନେ ନଭେଲ ଓ ଗୋଟିଏ ଟେଡି । ପୁଣି ଏକ କାର୍ଡ଼ରେ ଲେଖା ହୋଇଥିଲା ‘ବେବି ଆଇଆମ୍‌ ସରୀ’ । ଏହା ପରେ ପୋଲିସ୍‌ ଓ ଲୋକେ ସିନା ଆଶ୍ୱସ୍ତ ହେଲେ । ତେବେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି କେଉଁ ପ୍ରେମିକ ଏମିତି ହିନସ୍ତା କଲା ।

I AM SORRY

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.