Below header

କେନ୍ଦୁଝରରେ ଚାଞ୍ଚଲ୍ୟ : ଶୁଆକାଟି ମନ୍ଦିର ସାମ୍ନାରେ ବୋମା ସଦୃଶ ବସ୍ତୁ ଠାବ

କେନ୍ଦୁଝର : ସଦର ଥାନା ଅନ୍ତର୍ଗତ ଶୁଆକାଟିରେ ଥିବା ପାଟଶ୍ୱର ଶିବ ।ମନ୍ଦିର ପଛପାଖ ଉପଡାକଘର ଠାରୁ ଅଳ୍ପ ଦୂରରେ ଏକ ନାଳ ମୂଳେ ଚେକଡ୍ୟମ ରହିଛି। ସେହି ନିକଟରେ କିଛି ସନ୍ଧିଗ୍ଧ ଅଜଣା ଯୁବକ ଏକ ବୋଲେରୋ ରେ ଆସି ଏକ କାଠ ବାକ୍ସ ଛାଡି ଯାଇଥିଲେ। ସେହି ସମୟରେ ପ୍ରବଳ ବର୍ଷା ହେଉଥିବା କାରଣରୁ କେହି ସେଠାକୁ ଯାଇ ନଥିଲେ ବର୍ଷା ଛାଡିବା ପରେ ସେଠାକୁ ଗଲାରୁ ଏକ ରକେଟ ଆକୃତି ବହୁ ଓଜନ ପଦାର୍ଥ ନଜରକୁ ଆସିଥିଲା। ଯାହାର ସୁଚନା ସ୍ଥାନୀୟ ଲୋକ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚିଂ ପ୍ରଥମେ ଲୋକଙ୍କୁ ଖାଲି କରାଇଥିଲେ। ପରେ ସମ୍ପୃକ୍ତ ପଦାର୍ଥକୁ ଉଦ୍ଧାର କରି ଫୋରେନସିକ ଟେଷ୍ଟ ପାଇଁ ନିଆଯାଇଥିଲା। ଏହି ଘଟଣା ପରେ ସମଗ୍ର ଅଂଚଳରେ ଆତଙ୍କ ଖେଳି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.