ଶିରିଡ଼ିରେ ସାଇବାବାଙ୍କର ଅଦ୍ଭୁତ ଲୀଳା : ମନ୍ଦିର କାନ୍ଥରେ ଆବିର୍ଭାବ ହେଲା ବାବାଙ୍କ ପ୍ରତିଛବି

ମହାରାଷ୍ଟ୍ର : ଶିରିଡ଼ିର ପ୍ରସିଦ୍ଧ ସାଇ ମନ୍ଦିରରେ ନଜର ଆସିଛନ୍ତି ସ୍ବଂୟ ବାବା। ଏହି ଖବର ଆଖପାଖ ଅଞ୍ଚଳରେ ବ୍ୟାପିବା ପରେ ବାବାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଥିଲା। ଲୋକଙ୍କ କହିବା ଅନୁଯାୟୀ, ୧୦ ଜୁଲାଇ ମଙ୍ଗଳବାର ରାତିରେ ମନ୍ଦିରର କାନ୍ଥରେ ବାବାଙ୍କର ଫଟୋ ଆର୍ବିଭାବ ହୋଇଥିଲା ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବହୁ ମାତ୍ରାରେ ଭକ୍ତ ଦର୍ଶନ ପାଇଁ ମନ୍ଦିରରେ ପହଞ୍ଚିଥିଲେ।

ଆପଣଙ୍କ ସୂଚନା ନିମନ୍ତେ, ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାର ଶିରିଡ଼ିରେ ପ୍ରସିଦ୍ଧ ସାଇବାବାଙ୍କ ମନ୍ଦିର ଅବସ୍ଥିତ। ଏହି ମନ୍ଦିରର ଦଧିନଉତି ସୁନାର ହୋଇଥିବା ବେଳେ ଏହାର ସିଂହାସନ ମଧ୍ୟ ସୁନାରେ ନିର୍ମିତ ହୋଇଛି। ଏହି ମନ୍ଦିର ୨୦୦ ବର୍ଗ ମିଟର ପର୍ୟ୍ୟନ୍ତ ବ୍ୟାପିଥିବା ବେଳେ, ଏଠାକୁ ଦୈନିକ ପ୍ରାୟ ୮୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଆସିଥାନ୍ତି।

ସେଠାରେ ଉପସ୍ଥିତ ଭକ୍ତଙ୍କ କହିବା ଅନୁଯାୟୀ, ମଙ୍ଗଳବାର ରାତିରେ ବାବାଙ୍କ ଚେହେରା କାନ୍ଥରେ ଆବିର୍ଭାବ ହୋଇଥିବା ବେଳେ ବୁଧବାର ସକାଳେ ତାହା ଉଭାନ ହୋଇଯାଇଥିଲା। ଖବର ଶୁଣି ଲାଇନରେ ଠିଆ ହୋଇଥିବା ଭକ୍ତ ସକାଳୁ ବାବାଙ୍କ ଦର୍ଶନ ନପାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ମନ୍ଦିର କାନ୍ଥରେ ବାବାଙ୍କ ପ୍ରତିଛବି ନଜର ଆସିଥିବା ହେତୁ ମଙ୍ଗଳବାର ଦିନ ମନ୍ଦିରର ଦ୍ବାରକୁ ଆଉ ବନ୍ଦ କରାଯାଇନଥିଲା । ଏଥିସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇ ସେଠାରେ ପୁଲିସ ମୁତୟନ କରାଯାଇଥିଲା। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.