Below header

ଘରେ କରନ୍ତୁ ଏହି ପୂଜା, ଦେଖିବେ ଫେରି ଆସିବ ସୁଖ ଶାନ୍ତି !

ଆମ ହିନ୍ଦୁ ଧର୍ମରେ ପୂଜା ପାଠ ଏବଂ ବେଳେବେଳେ ଘରେ ହୋମ କରାଯାଇଥାଏ । ସନାତନ ଧର୍ମରେ ଧୂନୀର ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସୁଛି । ଧୂନି ଜଳାଇବାର କେବଳ ଧାର୍ମିକ ମତରେ ହୋଇନଥାଏ ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଧୂନିର ଧୂଆଁ ବାତାବରଣରେ ମିଶି ସମସ୍ତ ହାନିକାରକ ଜୀବାଣୁକୁ ନଷ୍ଟ କରିଥାଏ ଏହା ସହ ବାତାବରଣକୁ ମଧ୍ୟ ପବିତ୍ର କରିଥାଏ । ଏହି କାରଣରୁ ପ୍ରାଚିନ ସମୟରୁ ଘରେ ଓ ମନ୍ଦିରରେ ଧୂନି ଜଳାଇବାର ପରମ୍ପରା ରହିଛି । ଧୂନିରୁ ବାହାରୁ ଥିବା ଧୂଆଁ ନକାରାତ୍ମକ ଶକ୍ତିର ପ୍ରଭାବକୁ କମ୍ କରିବା ସହ ସକାରତ୍ମକ ଶକ୍ତିକୁ ବଢାଇଥାଏ । ଧୂନିର ଧୂଆଁରୁ ପରିବାରରେ ରୋଗ, ଅଶାନ୍ତି ଏବଂ ଦୁଃଖ ଦୂର ହୋଇଥାଏ । ଆଜି ଆମେ ଆପଣଙ୍କୁ ଜଣାବୁ ଏହି ଧୂନିର ଧୂଆଁ ବିଷୟରେ । ଯାହାକୁ ଆପଣାଇବା ଦ୍ବାରା ଘରୁ ନକାରାତ୍ମକ ଉର୍ଜାକୁ ଦୂର କରିଥାଏ ।

• ଘରେ ସକାଳ ସମୟରେ ଝୁଣା, କର୍ପୁର, ଦେସି ଘିଅ, କାଠ ଏବଂ ଚନ୍ଦନ ଏକାତ୍ର କରି କଡାଇ ସାହାଯ୍ୟରେ ଜଳାଇବା ଦ୍ବାରା ଧୂନି ହେବା ସହ ଦେବୀ ଦେବତାଙ୍କ କୃପା ଘର ଉପରେ ଆସିଥାଏ ।

• ଘରେ ରାତି ସମୟରେ ଘିଅରେ କର୍ପୁର ବୁଡାଇ ଜଳାଇବା ଦ୍ବାରା ଘରେ ଅସାନ୍ତିର ବାତାବରଣ କମ୍ ହୋଇଥାଏ ।

• ଗୃହର କଳହ ଦୂର କରିବା ପାଇଁ ମନ୍ଦିରରେ ଘିଅର ଦୀପ ଜଳାଇକି କର୍ପୁରର ଧୂଆଁ ପୂରା ଘରେ ବୁଲାଇବା ଦ୍ବାରା କଳହ ଦୂର ହୋଇଥାଏ ।

• ମନ୍ଦିରରେ ସକାଳ ଓ ସଂଜରେ କର୍ପୁର ଜଳାଇବା ଦ୍ବାରା ଆର୍ଥିକ ଚିନ୍ତା ଦୂର ହୋଇଥାଏ । ଏହା ସହ ଘରୁ ରୋଗରୁ ମଧ୍ୟ ମୁକ୍ତି ପାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.