ସମ୍ବଲପୁରୀ ଗୀତରେ ମଞ୍ଚ ଦୁଲୁକାଇଲେ ବୌଦ୍ଧ ଜିଲ୍ଲାପାଳ, ଭାଇରାଲ୍ ହେଉଛି ଭିଡିଓ

ବୌଦ୍ଧ: ମୋହତ୍ସବର ଶେଷ ସନ୍ଧ୍ୟାରେ ମଞ୍ଚ ଦୁଲୁକାଇଲେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ। ସମ୍ବଲପୁରୀ ଗୀତରେ ମାରିଲେ ଠୁମକା। ଜିଲ୍ଲାପାଳ ସହ ଉପ ଜିଲ୍ଲାପାଳ ରବୀନ୍ଦ୍ର କହଁର, ଅତିରିକ୍ତ ଜିଲ୍ଲାପାଳ ବବିତା ରାନୀ ଦଳବେହେରାଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ଯ ଝୁମିଲେ। ଏହା ଦେଖିବାକୁ ମିଳିଥିଲା ବୌଦ୍ଧ ମୋହତ୍ସବ ଓ ପଲ୍ଲୀଶ୍ରୀ ମେଳାର ଉଦଯାପିତ ଉତ୍ସବରେ ।

ଏହି ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉତ୍ତରାଞ୍ଚଳ ରାଜସ୍ୱ କମିଶନ ପ୍ରମୁଖ ଯୋଗଦେଇଥିଲେ । ଉଦଯାପନୀ ସନ୍ଧ୍ୟାରେ ବ୍ରହ୍ମପୁରର ପ୍ରିନ୍ସ ଡାନ୍ସ ଗ୍ରୁପ ମୁଖ୍ୟ ଆକର୍ଷଣ ପାଲଟିଥିଲେ ।

ଶେଷରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଏହି ମୋହତ୍ସରେ ସାମିଲ ହୋଇ ଏହାକୁ ସଫଳ କରିଥିବା ସମସ୍ତ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ପୋଲିସ୍ ବାହିନୀ ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆମେ ସମ୍ବଲପୁରୀଆ.. ଗୀତରେ ଜିଲ୍ଲାପାଳ ଝୁମିଥିବାର ଭିଡିଓ ମଧ୍ଯ ଏବେ ବେଶ୍ ଭାରାଲ ହେବାରେ ଲାଗିଛି । ତେବେ ଏହି ଉତ୍ସବକୁ ଉପସ୍ଥିତ ଦର୍ଶକ ମଧ୍ଯ ଖୁବ୍ ମଜା ଉଠାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.