Below header

ବାଲେଶ୍ୱର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ, କ୍ଷତିପୂରଣ ଦାବିରେ ପରିବାର ଓ ଗ୍ରାମବାସୀଙ୍କ ଧାରଣା

ବାଲେଶ୍ୱର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ । କ୍ଷତିପୂରଣ ଦାବିରେ ପରିବାର ଓ ଗ୍ରାମବାସୀଙ୍କ ଧାରଣା । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଜୁଆରି ଗାଁର ଘଟଣା ଘଟିିଛି । ଗାଁର ନିଳକଣ୍ଠ ବେହେରା ଜମିକୁ ହଳ କରିବାକୁ ଯାଉଥିବା ବେଳେ ସେହି ଗାଁର ମୃତ୍ୟୁଞ୍ଜୟ ମହାନ୍ତିଙ୍କ ସେଲୋକୁ ଚୋରାରେ ବିଦ୍ୟୁତ ସଂଯୋଗ ହୋଇଥିବା ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଗ୍ରାମବାସୀ ଓ ପରିବାର ଲୋକେ ସେଲୋ ମାଲିକଙ୍କ ଘର ଆଗରେ ମୃତଦେହ ରଖି ଧାରଣା ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.