ଶୁଭଶ୍ରୀ ଆତ୍ମହତ୍ୟା ମାମଲା: ରିମାଣ୍ଡରେ ଯିବେ ବୟଫ୍ରେଣ୍ଡ ଚିତ୍ତରଞ୍ଜନ, କ୍ରାଇମ ସିନ୍‌ ରି-କ୍ରିିଏସନ୍‌ କରିବ ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଶାସ୍ତ୍ରୀନଗରର ଶୁଭଶ୍ରୀ ଆତ୍ମହତ୍ୟା ମାମଲାରେ ଖୋଲିବ ଅଧିକ ଗୁମର । ବୟଫ୍ରେଣ୍ଡ ଚିତ୍ତ ରଞ୍ଜନ ଜେନାକୁ ୪ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବ ପୋଲିସ । ଏହାସହ ଘଟଣାର କ୍ରାଇମ ସିନ୍‌ ରି-କ୍ରିିଏସନ୍‌ ହେବ । କିଭଳି ମୃତଦେହକୁ ଓହ୍ଲାଇଲା ଅଭିଯୁକ୍ତ ? କିଭଳି ଓଢ଼ଣୀ ନେଇ ଫିଙ୍ଗିଲା ? ପୋଲିସ ଆଗରେ ଡେମୋ ଦେଖାଇବ ଅଭିଯୁକ୍ତ ଚିତ୍ତରଞ୍ଜନ ଜେନା । ୨୯ ତାରିଖରେ କେଉଁ କାରଣ ପାଇଁ ଶୁଭଶ୍ରୀଙ୍କୁ ମାଡ଼ ମାରିଥିଲେ ପଚରାଉଚରା କରାଯିବ ।

ଚିତ୍ତରଞ୍ଜନଙ୍କ ସହ ଝଗଡ଼ାରୁ ଆତ୍ମହତ୍ୟା କରିଥିଲେ ଶୁଭଶ୍ରୀ । ୨୦୧୪ରେ ଶୁଭଶ୍ରୀଙ୍କ ବାହାଘର ହୋଇଥିଲା । ୨୦୧୯ରେ ସେ ଚିତ୍ତରଞ୍ଜନଙ୍କ ସମ୍ପର୍କରେ ଆସିଥିଲେ । ପରେ ସମ୍ପର୍କ ଗଢ଼ି ଉଠିଥିଲା । ସମ୍ପର୍କକୁ ନେଇ ବହୁତ ପୋଜେସିଭ ଥିଲେ ଶୁଭଶ୍ରୀ । ଘଟଣା ପୂର୍ବରୁ କ୍ୟାପିଟାଲ ହସପିଟାଲକୁ ଜଣେ ବ୍ୟକ୍ତିଙ୍କ ସହ ଯାଇଥିଲେ ଶୁଭଶ୍ରୀ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲେ । ଏହି ଝଗଡ଼ାକୁ ନେଇ ଅବସାଦକୁ ଚାଲିଯାଇଥିଲେ । ଆତ୍ମହତ୍ୟା କରିବାକୁ ଯାଉଥିବା କଥା ସେ ମୋବାଇଲ ଫୋନରେ ଚିତ୍ତ ରଞ୍ଜନଙ୍କୁ କହିଥିଲେ । ପରେ ଚିତ୍ତ ରଞ୍ଜନ ଶୁଭଶ୍ରୀଙ୍କ ପୁଅକୁ ଟ୍ୟୁସନ କରୁଥିବା ଟିଚରଙ୍କୁ ଆତ୍ମହତ୍ୟା ବାବଦରେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.