ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବ୍ରହ୍ମଗିରି ଆରଆଇ ଓ ପିଅନ
ବ୍ରହ୍ମଗିରି: ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବ୍ରହ୍ମଗିରି ଆରଆଇ ଓ ପିଅନ । ଆରଆଇ ବିଚିତ୍ର ମୋହନ ମିଶ୍ର ଓ ପିଅନ କବିତା ଭୋଇ । ଆରଆଇ ଏକ ଜମି ମ୍ୟୁଟେସନ ପାଇଁ ସାନବନ୍ଧକେରାର ଅଶ୍ୱିନୀ ନାୟକଙ୍କ ଠାରୁ ୫ଶହ ଟଙ୍କା ଲାଞ୍ଚ ମାଗିଥିଲେ । ଏ ସଂପର୍କରେ ଅଶ୍ୱିନୀ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଆଜି ବ୍ରହ୍ମଗିରି ତହସିଲ ଅଫିସ କାର୍ଯ୍ୟାଳୟରେ ଥିବା ଆରଆଇ ଅଶ୍ୱିନୀଙ୍କଠାରୁ ପିଅନ କବିତା ବେହେରା ଲାଞ୍ଚ ବାବଦ ୫ଶହ ଟଙ୍କା ନେଇଥିଲେ । ଏହି ଲାଞ୍ଚ ଟଙ୍କାକୁ ଭିଜିଲାନ୍ସ ଅଧିକାରୀମାନେ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି ।