ଏସବୁ ଦିନରେ ତୁଳସୀ ମୂଳରେ ଆଦୌ ଅର୍ପଣ କରନ୍ତୁନି ଜଳ, ମାଡ଼ି ଆସିବ ଦୁଃଖର କଳାବାଦଲ

ଭଗବାନ ବିଷ୍ଣୁଙ୍କ ସବୁଠାରୁ ବଡ଼ ଭକ୍ତ ଥିଲେ ତୁଳସୀ। ଏଣୁ ହିନ୍ଦୁ ଧର୍ମରେ ତୁଳସୀକୁ ପବିତ୍ର ବୃକ୍ଷ ବୋଲି କୁହାଯାଏ। ସକାଳୁ ସ୍ନାନ କରିସାରିବା ପରେ ପ୍ରତ୍ୟେକ ଓଡ଼ିଆ ଘରେ ତୁଳସୀ ମୂଳରେ ପାଣି ଦେବା ପରମ୍ପରା ରହିଛି। ଘରର ଝିଅ, ବୋହୂମାନେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ତୁଳସୀ ପୂଜନ କରିବା ଦ୍ୱାରା ଘରକୁ ସୁଖ, ଶାନ୍ତି ଓ ସମୃଦ୍ଧି ଆସେ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ ତୁଳସୀରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି।
ବାସ୍ତୁଶାସ୍ତ୍ରରେ ମଧ୍ୟ ତୁଳସୀକୁ ଶୁଭ ବୋଲି ବିବେଚନା କରାଯାଇଛି। ତୁଳସୀ ଚଉରା ମୂଳରେ ଜଳ ଅର୍ପଣ କଲେ ସୁଖ ସମୃଦ୍ଧି ଆସେ ସତ କିନ୍ତୁ ସବୁବେଳେ ଏଭଳି ହୋଇନଥାଏ। କେତେକ ବିଶେଷ ଦିନରେ ତୁଳସୀ ମୂଳରେ ଜଳ ଅର୍ପଣ କରିବା ଉଚିତ ନୁହେଁ। ଆସନ୍ତୁ ଜାଣିବା କେଉଁ ଦିନମାନଙ୍କରେ ତୁଳସୀ ମୂଳରେ ଜଳ ଦେବା ମନା…
- ଯେଉଁ ରବିବାର ଦିନ ଏକାଦଶୀ ଓ ଚନ୍ଦ୍ରଗ୍ରହଣ ପଡ଼ିଥିବ ସେଦିନ ତୁଳସୀ ମୂଳରେ ଜଳ ଦେବା ଅନୁଚିତ।
- ସୂର୍ଯ୍ୟ ଅସ୍ତ ହେବା ପରେ ତୁଳସୀ ପତ୍ର ତୋଳିବାକୁ ମନା କରାଯାଇଛି। ଏଭଳି କରିବା ଦ୍ୱାରା ପାପ ହୁଏ।
- ଯେଉଁ ବ୍ୟକ୍ତି ଗୁରୁବାର ତୁଳସୀ ମୂଳରେ କଞ୍ଚା କ୍ଷୀର ଅର୍ପଣ କରିଥାଏ ଓ ରବିବାରକୁ ଛାଡ଼ି ବାକି ଅନ୍ୟବାର ସନ୍ଧ୍ୟାରେ ଘିଅ ଦୀପ ଜାଳେ, ତାଙ୍କ ଘରେ ସର୍ବଦା ଖୁସିର ବାତାବରଣ ଲାଗି ରହିଥାଏ।
- ଏଥିସହ ଘରେ କଦାପି ଶୁଖିଲା ତୁଳସୀ ପତ୍ର ରଖିବା ଉଚିତ ନୁହେଁ। ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ। ଶୁଖିଲା ତୁଳସୀ ପତ୍ରକୁ ପରିଷ୍କାର ସ୍ଥାନରେ କିମ୍ବା ବହୁଥିବା ଜଳରେ ଭସାଇବା ଉଚିତ।