Below header

କଳାହାଣ୍ଡି: ଭାଙ୍ଗିଲା ଇନ୍ଦ୍ରାବତୀ ବାମ ପାର୍ଶ୍ୱ କେନାଲ ବନ୍ଧ, ୪୦ ହେକ୍ଟରରୁ ଅଧିକ ଚାଷ ଜମିରେ ମାଡ଼ିଗଲା ପାଣି

କଳାହାଣ୍ଡି(କେନ୍ୟୁଜ୍):  ଭାଙ୍ଗିଲା ଇନ୍ଦ୍ରାବତୀ ବାମ ପାର୍ଶ୍ୱ କେନାଲ ବନ୍ଧ । କଳାହାଣ୍ଡି ଜିଲ୍ଲା କୁସୁମଖୁଣ୍ଟି ଗୁନଗୁନିଆ ଗାଁ ନିକଟରେ ଆଜି କେନାଲରେ ଘାଇ ସୃଷ୍ଟି ହୋଇ ଗୁନଗୁନିଆ,ବାଣ୍ଡିଗା ରେଙ୍ଗାଲପାଲି ଗାଁର ପ୍ରାୟ ୪୦ ହେକ୍ଟରରୁ ଅଧିକ ଚାଷ ଜମିରେ ପାଣି ମାଡ଼ି ଯାଇଛି । ଏବେ ରବି ଧାନ ଚାଷ ରୁଆ ସରିଥିବା ବେଳେ ଧାନ ଗଛ ବଢିବା ସମୟରେ କେନାଲ ପାଣି ମାଡିବାରୁ ଫସଲ ନଷ୍ଟ ହେବା ଆଶଙ୍କା ରହିଛି ।

indrabati 1

ଗୁନଗୁନିଆ ଡିଷ୍ଟିବୁଟାରୀର ଲମ୍ବ ୧୨ ହଜାର ୬ ଶହ ମିଟର । ହେଲେ କେନାଲ ମରାମତି ଅଭାବରୁ ଅନେକ ସ୍ଥାନରେ ଶୋଚନୀୟ ହୋଇପଡିଛି । କେନାଲ ମରାମତି ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମରାମତି ଠିକ୍‌ ହେଉନଥିବାରୁ ବାରମ୍ବାର କେନାଲରେ ଘାଇ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀମାନେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.