ଯାଜପୁର: ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଭାଉଜ ଓ ଦିଅର ଗୁରୁତର

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ଜିଲ୍ଲା  ମଙ୍ଗଳପୁର ଥାନା ଶୁଶୁଆ ପଂଚାୟତ ହୀରାପୁର ଗାଁରେ ଅଘଟଣ।  ଘର ଗ୍ୟାସ ସିଲିଣ୍ଡର ରୁ ନିଆଁ ଲାଗି ଭାଉଜ ଓ ଦିଅର ଗୁରୁତର। ଗାଁର  ଜିତେନ୍ଦ୍ର  ମଲ୍ଲିକଙ୍କ ପତ୍ନୀ ମଧୁସ୍ମିତା ମଲ୍ଲିକଙ୍କୁ ପ୍ରଥମେ ଯାଜପୁର ମେଡ଼ିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।

ଆଜି ସକାଳେ ରୋଷେଇ କରୁଥିବା ସମୟରେ ହଠାତ ଗ୍ୟାସ ଟାଙ୍କିରୁ ନିଆଁ ଲାଗିଯାଇଥିଲା ବୋଲି ଅଭିଯୋଗ ହୋଇଛି। ନିଆଁ ଲିଭାଇବାକୁ ଯାଇ ତାଙ୍କ ଦିଅର ଆହତ ହୋଇଥିବା ଜଣାପଡିଛି। ତେବେ ସେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.