Below header

ପୁଣିଥରେ ଖୋର୍ଦ୍ଧାରେ ଗୁଳିମାଡ଼, କୁଖ୍ୟାତ ବ୍ରାଉନସୁଗର ବେପାରୀ ସୋମନାଥ ଭୁଜବଳ ଗୁରୁତର

ଖୋର୍ଦ୍ଧା ଠେଙ୍ଗାହାଟ ନିକଟରେ ଜଣେ ବ୍ରାଉନସୁଗର ବେପାରୀଙ୍କୁ ଦୁର୍ବୁତ୍ତମାନେ ଗୁଳି ମାଡ଼ କରିଛନ୍ତି । ଗୁଳିମାଡ଼ ହୋଇଥିବା ବ୍ୟକ୍ତି ଜଣକ ଖୋର୍ଦ୍ଧାର କୁକ୍ଷାତ ବ୍ରାଉନସୁଗର ବେପାରୀ ସୋମନାଥ ଭୁଜବଳ ।

ଖୋର୍ଦ୍ଧା(କେନ୍ୟୁଜ୍): ପୁଣିଥରେ ଖୋର୍ଦ୍ଧାରେ ବ୍ରାଉନସୁଗର ବେପାରକୁ କେନ୍ଦ୍ରକରି ଗୁଳିମାଡ଼ । ଖୋର୍ଦ୍ଧା ଠେଙ୍ଗାହାଟ ନିକଟରେ ଜଣେ ବ୍ରାଉନସୁଗର ବେପାରୀଙ୍କୁ ଦୁର୍ବୃତ୍ତମାନେ ଗୁଳି ମାଡ଼ କରିଛନ୍ତି ।

ଗୁଳିମାଡ଼ ହୋଇଥିବା ବ୍ୟକ୍ତି ଜଣକ ଖୋର୍ଦ୍ଧାର କୁଖ୍ୟାତ ବ୍ରାଉନସୁଗର ବେପାରୀ ସୋମନାଥ ଭୁଜବଳ । ବାହାଘର ବରଯାତ୍ରୀ ଯିବାପାଇଁ ଠେଙ୍ଗାହାଟ ନିକଟରେ ଛିଡା ହୋଇଥିବା ସମୟରେ ଏକ ପିକଅପ ଭ୍ୟାନରେ ୫ରୁ ଊର୍ଦ୍ଧ୍ୱ ଯୁବକ ଆସି ୫ ରାଉଣ୍ଡ ଗୁଳି ମାରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖୋର୍ଦ୍ଧା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.