Below header

ଛତିଆରେ ମେଲିଛି ଜହର କାରବାର,୭.୫ଗ୍ରାମର ବ୍ରାଉନ ସୁଗାର ଜବତ ସହ ୪ଜଣ ଗିରଫ

ଯାଜପୁର(କେନ୍ୟୁଜ): ଧଳା ଜହର ଜବତ ସହ ୪ଜଣ ଗିରଫ। ଏହି କାରବାରର ପର୍ଦ୍ଦାଫାଶ କରିଛି ଯାଜପୁର ଜିଲ୍ଲା ବୈରୀ ପୋଲିସ। ବୈରୀ ପୋଲିସ ଓ ଛତିଆ ବିଟ ହାଉସ ମିଳିତ ଉଦ୍ୟମରେ ୭.୫ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଏହି କାରବାରରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଘର ଭଦ୍ରକ ଚରମ୍ପା ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ୩ଜଣ ଛତିଆ ଓ ଚଣ୍ଡିଖୋଲ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ସେମାନଙ୍କ ନିକଟରୁ ନଗଦ ୪ହଜାର ୫ଶହ ଟଙ୍କା ଏବଂ ୪ଟି ସ୍ମାର୍ଟ ଫୋନ ମଧ୍ୟ ଜବତ କରାଯାଇଛି।

ବୈରୀ ପୋଲିସ କେସ ନଂ-୧୨୨/୨୦ ରେ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି। ତେବେ ଏହି ରାକେଟର ଚେର କେଉଁ ଯାଏ ଲମ୍ବିଛି ସେ ନେଇ ଅଧିକ ସୂଚନା ଦେଇନାହିଁ ପୋଲିସ। ଏକ ଟିମ ଗଠନ କରାଯାଇ ଚୋରା ବ୍ରାଉନ ସୁଗାରର ରାକେଟକୁ ଧରିବା ପାଇଁ ଅଧିକରୁ ଅଧିକ ତଦନ୍ତ ଜାରୀ ରହିଥିବା ଯାଜପୁର ରୋଡ଼ ଏସଡ଼ିପିଓ ଚିନ୍ମୟ କୁମାର ନାୟକ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.