Below header

ହତ୍ଯାକରୀକୁ ଖୋଜୁ ଖୋଜୁ କୋଟି କୋଟି ଟଙ୍କାର ବ୍ରାଉନସୁଗାର ଜବତ କଲା ପୋଲିସ

ଖୋର୍ଦ୍ଧା(କେନ୍ଯୁଜ୍): ପୋଲିସକୁ ବଡ ସଫଳତା। ହତ୍ଯାକରୀଙ୍କ ଠାରୁ ୩ କିଲୋ ୬୦୨ ଗ୍ରାମର ବ୍ରାଉନସୁଗାର ଜବତ। ଯାହାର ମୂଲ୍ଯ ପାଖାପାଖି ୩କୋଟି ୫୦ ଲକ୍ଷ ଅନୁମାନ କରାଯଉଛି। ଏଥିସହ ଧଳାଜହର ସହ ବେପାରୀ ମନୋରଜଂନ ସାହୁ ଗିରଫ ହେବା ସହ ତା ନିକଟରୁ ମାଉଜର,ଅଫୁଟା ଗୁଳି,ପ୍ୟାକିଙ୍ଗ ମେସିନ,ମୋବାଇଲ ଫୋନ ,ବାଇକ ଜବତ ହୋଇଛି । ଉକ୍ତ ଘଟଣାରେ ମନୋରଞ୍ଜନ ସାହୁ ନାମକ ଜଣେ ବ୍ଯକ୍ତିଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ସୂଚନା ଯୋଗ୍ଯ ଦଧିମାଛ ଗାଡିଆ ନାଲା ପ୍ରଧାନ ହତ୍ଯା କାଣ୍ଡର ମୁଖ୍ଯ ଅଭିଯୁକ୍ତ ମନୋରଞ୍ଜନ ସାହୁ । ହତ୍ଯା ଘଟଣାର ଖିଅ ଖୋଜୁ ଖୋଜୁ ବିପୁଳ ପରିମାଣର ବ୍ରାଉନ୍ ସୁଗାର ଜବତ କରିଛି ପୋଲିସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମନୋରଜଂନ ହୋଇଥିବା ବେଳେ,ତାର ନାମରେ ଇଲିଗାଲ ମାନିଙ୍ଗ ଚଲାଇବା ସହ ଗତ ୨୦୧୯ ମସିହାରେ ଖୋର୍ଦ୍ଧା ଏଲଆଇସି ପଡିଆରେ ପୋଲିସ ଉପରକୁ ସେ ମଧ୍ୟ ଗୁଳି ଚଳାଇ ଫେରାର ହୋଇଯାଇଥିଲା। ଏଭଳି ଏକାଧିକ ମାମଲାରେ ଜଡିତ ରହିଛି ଅଭିଯୁକ୍ତ ମନୋରଜଂନ ସାହୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.