Below header

ଆଉ ନାହାନ୍ତି ବିଶ୍ୱରେ ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା ଯୋଡା ଶରୀର ଭାଇ, ୩ ବର୍ଷରୁ ହିଁ ସର୍କସରେ କରିଥିଲେ କାମ

ଦୁନିଆର ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା ଯୋଡା ଶରୀର ଭାଇ ରୋନି ଓ ଡୋନି ଗେଲୟନ ଆଉ ନାହାନ୍ତି। ୬୮ ବର୍ଷ ବୟସରେ ଏହି ଯୋଡା ଶରୀର ଭାଇଙ୍କ ପରଲୋକ ଘଟିଛି। ଏମାନେ ଡେଟନ ସହରର ଏକ ହସିପଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରୋନି ଓ ଡୋନି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ଜଣାପଡିଛି।

3334

୨୮ ଅକ୍ଟୋବର ୧୯୫୧ରେ ଆମେରିକାର ଓହିଓ ସହରର ବେବରାକ୍ରିକ୍‌ରେ ଏହି ଯୋଡା ଶରୀର ଭାଇ ରୋନି ଓ ଡୋନିଙ୍କର ଜନ୍ମ ହୋଇଥିଲା। ଉଭୟଙ୍କର ୨ଟି ମୁଣ୍ଡ ଥିବା ବେଳେ ଗୋଟିଏ ପେଟ ଥିଲା। ସେହିପରି ସେମାନଙ୍କର ଗୋଟିଏ ମଳଦ୍ୱାର ଥିବା ବେଳେ ଦୁଇଟି ହୃଦୟ ଥିଲା। ଗୋଡ କିନ୍ତୁ ୪ଟି ରହିଥିଲା। ଶରୀର ଅସହାୟ ହେବା ସତ୍ତ୍ୱେ ରୋନି ଓ ଡୋନୀ ବହୁତ ପରିଶ୍ରମୀ ଥିଲେ। ମାତ୍ର ୩ ବର୍ଷ ବୟସରୁ ସେମାନେ ସର୍କସରେ କାମ କରିବା ଆରମ୍ଭ କରିଦେଇଥିଲେ।

doonei

୧୯୯୧ ମସିହା ପର୍ଯ୍ୟନ୍ତ ରୋନି ଓ ଡୋନି ଏହି କାମ ଜାରି ରଖିଥିଲେ। ଏହାପରେ ସେମାନେ ସର୍କସ କାମ ଛାଡି ଦେଇ ୨୦୧୦ ପର୍ଯ୍ୟନ୍ତ ଏକୁଟିଆ ରହିଲେ। କିନ୍ତୁ ଯେତବେଳେ ତାଙ୍କର ଦେହ ଖରାପ ହେଲା ସେମାନେ ତାଙ୍କର ଅନ୍ୟତମ ଭାଇ ଜିମଙ୍କ ପାଖରେ ଯାଇ ରହିଲେ। ୨୦୧୩ରେ ଯେତେବେଳେ ରୋନି ଓ ଡୋନି ୬୩ ତମ ଜନ୍ମଦିନ ପାଳନ କଲେ। ଯୋଡା ଶରୀର ଭାଇ ଭାବେ ସର୍ବାଧିକ ବର୍ଷ ବଞ୍ଚିବାରେ ରେକର୍ଡ ସ୍ଥାପନ କରିଥିଲେ। ଡୋନି ରୋନିଙ୍କ ପୂର୍ବରୁ ଏପରି ଯୋଡା ଶରୀର ରେକର୍ଡ ଆମେରିକାର ଚେଙ୍ଗ ଏବଂ ଏଙ୍ଗ ବେଙ୍କର ନାମରେ ରହିଥିଲା। ଯିଏକି ୬୨ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିବାର ରେକର୍ଡ ହାସିଲ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.