ଖୋର୍ଦ୍ଧା ସାମନ୍ତରାୟପୁରରୁ ୧୫ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ୍‌ ସୁଗାର ଜବତ , ଜଣେ ଗିରଫ

ଖୋର୍ଦ୍ଧା(କେନ୍ୟୁଜ୍) : ପୁଣି ବ୍ରାଉନ୍‌ ସୁଗାର ଜବତ। ୧୨୮ ଗ୍ରାମର ଧଳା ଜହର ଜବତ କଲା ଅବକାରୀ ବିଭାଗ। ଖୋର୍ଦ୍ଧା ସାମନ୍ତରାୟପୁରରେ ଚଢାଉ କରି ଅବକାରୀ ଗୁଇନ୍ଦା ବିଭାଗ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୫ଲକ୍ଷରୁ ଅଧିକ ହେବ। ବିଶେଷ ସୂତ୍ରରୁ ଖବର ପାଇ ଗୁଇନ୍ଦା ବିଭାଗ ଚଢାଉ କରିଥିଲା। ଖୋର୍ଦ୍ଧା ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର ମାତ୍ରା ବଢିବାରେ ଲାଗିଛି। କିଛି ମାସ ବ୍ୟବଧାନରେ ବିପୁଳ ପରିମାଣର ବ୍ରାଉନସୁଗାର ଖୋର୍ଦ୍ଧାରୁ ଜବତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.