Below header

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ପ୍ରମଥ ପଟ୍ଟନାୟକ

କଟକ(କେନ୍ୟୁଜ୍) : ଶପଥ ନେଲେ ଜଷ୍ଟିସ ପ୍ରମଥ ପଟ୍ଟନାୟକ । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ପ୍ରମଥ । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌ ଜାଭେରୀ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଝାଡ଼ଖଣ୍ଡ ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି ଜଷ୍ଟିସ ପ୍ରମଥ ପଟ୍ଟନାୟକ । ମୁଖ୍ୟ ବିଚାରପତିଙ୍କୁ ମିଶାଇ ଏବେ ହାଇକୋର୍ଟରେ ୧୪ଜଣ ବିଚାରପତି ଅଛନ୍ତି । ଜଷ୍ଟିସ୍‌ ପଟ୍ଟନାୟକ ଯୋଗଦେବା ପରେ ବିଚାରପତିଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.