Below header

ଭଦ୍ରକ ରାଆନ୍ଦିଆ ଛକରୁ କୋଟିଏ ଟଙ୍କାର ଧଳାଜହର, ୨ ଗିରଫ

ଭଦ୍ରକ (କେନ୍ଯୁଜ୍): କୋଟିଏ ଟଙ୍କାର ଧଳାଜହର । ୧ କେଜି ୩୦ ଗ୍ରାମ୍‌ ବ୍ରାଉନସୁଗର ସହ ୨ ଗିରଫ। ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଆନ୍ଦିଆ ଛକରୁ ଜବତ କରିଛି ପୋଲିସ। ୨ଜଣ ବାଇକରେ ବ୍ରାଉନ ସୁଗାର ନେଇ ଜଳେଶ୍ୱରରୁ ଭଦ୍ରକକୁ ଆସୁଥିବାବେଳେ ଚେକ୍‌ ଗେଟ୍‌ରେ ଧରିଥିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ।

ସେମାନଙ୍କ ନିକଟରୁ ୧ କେଜି ୩୦ ଗ୍ରାମ୍‌ ବ୍ରାଉନସୁଗର ଜବତ କରାଯାଇଥିଲା। ୩ଟି ମୋବାଇଲ ଫୋନ୍‌ ମଧ୍ୟ ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧କୋଟି ୩ଲକ୍ଷ ଟଙ୍କା ହେବ। ଘଟଣାରେ ଆଉ କିଏ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଚାଲିଥିବା ଭଦ୍ରକ ଏସ୍‌ପି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.