ପଟିଆ ବିଗ୍ ବଜାର ସମ୍ମୁଖରୁ ଜବତ ହେଲା ୬୦ଗ୍ରାମ ବ୍ରାଉନ ସୁଗାର

ଭୁବନେଶ୍ୱର (କେନ୍ୟୁଜ୍) : ଭୁବନେଶ୍ୱର ପଟିଆ ବିଗ୍ ବଜାର ସମ୍ମୁଖରୁ ୬୦ଗ୍ରାମ ବ୍ରାଉନ ସୁଗାର ଜବତ । କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ବ୍ରାଉନ ସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୬ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ଚୋରା ବ୍ୟବସାୟ କରୁଥିବା ଅଭିଯୋଗରେ ବିଶ୍ୱଜିତ ସ୍ୱାଇଁ ନାମକ ବି.ଟେକ୍ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଖୋର୍ଦ୍ଧାରୁ ବ୍ରାଉନ ସୁଗାର ଆଣି ସେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ବ୍ରାଉନ ସୁଗାର କାରବାର କରୁଥିଲା । ଆଜି ସକାଳେ ବାଇକରେ ୬୦ଗ୍ରାମ ବ୍ରାଉନ ସୁଗାର ନେଇ ଯାଉଥିବାବେଳେ ,ଅବକାରୀ ବିଭାଗ ହାତରେ ଧରା ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.