ମେଡିସିନ୍‌ ବ୍ୟବସାୟୀଙ୍କଠୁ ଟଙ୍କା ଲୁଟ୍‌ କରି ଚମ୍ପଟ୍‌ ମାରିବା ଘଟଣାରେ ଦୁଇ ଗିରଫ

ରାୟଗଡ଼ା(କେନ୍ଯୁଜ୍) : ରାୟଗଡ଼ାର ମେଡିସିନ୍‌ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ୍‌ କରି ଚମ୍ପଟ୍‌ ମାରିବା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ। ରାୟଗଡ଼ା ଟାଉନ୍‌ ଥାନା ପୋଲିସ ଏମାନଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଝାଗଡ଼ାଇ ଗାଁର ଦୁର୍ଗା ଦାସ ଓ ନାରାୟଣପୁର ଗାଁର ଆଉଲୁ କାଳିଆ। ସେମାନଙ୍କଠାରୁ ପୋଲିସ ୪ଲକ୍ଷ ଟଙ୍କା ଜବତ ସହ ଗୋଟିଏ ପଲସର ଗାଡ଼ି ଓ ମୋବାଇଲ ଫୋନ୍‌ ଜବତ କରିଛି।

ଗତ ୪ତାରିଖ ଦିନ ରାୟଗଡ଼ା ସହରର ମେଡିସିନ୍‌ ବ୍ୟବସାୟୀ ଶ୍ରୀରାମ ଗନ୍ତାୟତ ଆନ୍ଧ୍ର ବ୍ୟାଙ୍କରୁ ୯ଲକ୍ଷ ଟଙ୍କା ଉଠାଇ ନେଉଥିବା ବେଳେ ଏହି ଲୁଟ୍‌ ହୋଇଥିଲା। ଥାନାରେ ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ୍‌କୁ ତନ୍ନ ତନ୍ନ କରୁ ଯାଞ୍ଚ କରିବା ସହ ଆନ୍ଧ୍ରରୁ ଦୁଇ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.