Below header

ଗଜପତି ବୃନ୍ଦାବନ ପ୍ୟାଲେସ…ଏହାର ନାଁରୁ ହିଁ ଆସେ ରାଜକୀୟ ବାସ୍ନା, କିନ୍ତୁ ଏବେ ପଡିଛି ଅସୁସ୍ଥ ଅବସ୍ଥାରେ

ଗଜପତି… ଏହାର ନାଁରୁ ହିଁ ଆସେ ରାଜକୀୟ ବାସ୍ନା। କେତେ ସୁନ୍ଦର ଏହାର ନିର୍ମାଣ କେତେ ମନୋରମ ଏହାର କୀର୍ତ୍ତିରାଜୀ। ଏହାର ନିର୍ମାଣର କାରୁକାର୍ଯ୍ୟ ବହୁତ ସୁନ୍ଦର, କିନ୍ତୁ ଆଜି ପଡିଛି ଜରାଜୀର୍ଣ୍ଣ ଅବସ୍ଥାରେ। ଆଜି ଆମେ ଆପଣଙ୍କୁ ଗଜପତି ଜିଲ୍ଲାର ଐତିହାସିକ ସ୍ଥଳୀ ବୃନ୍ଦାବନ ପ୍ୟାଲେସର ଝଲକ ଦେଖାଇବୁ। ଯାହା ଆପଣଙ୍କୁ ଇତିହାସ କଥା ମନେ ପକାଇଦେବ। ଆସନ୍ତୁ ଥରେ ଏହି ପ୍ୟାଲେସ୍‌ ଉପରେ ପକାଇବା ନଜର।

gajpati1ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ ରହିଛି ମହାରାଜା ପିତା ଗୌରଚନ୍ଦ୍ର ଗଜପତି ଓ ପୁତ୍ର କୃଷ୍ଣଚନ୍ଦ୍ର ଗଜପତିଙ୍କ ଅମ୍ଲାନ କୀର୍ତ୍ତି ବୃନ୍ଦାବନ ପ୍ୟାଲେସ ବା ବସନ୍ତ ନିବାସ । ଚିରସ୍ରୋତା ମହେନ୍ଦ୍ରତନୟା ନଦୀ କୂଳରେ ରହିଛି ଏହି ସ୍ମୃତି ପ୍ରାଚୀର । ଗବେଷକଙ୍କ ମତରେ ଏହି ସୌଧ ୧୮୯୦ରୁ ୧୯୦୫ ମସିହା ମଧ୍ୟରେ ନିର୍ମାଣ ହୋଇଥିଲା ୧୭ଏକର ପରିମିତ ଜମିରେ ଏହି ପ୍ୟାଲେସ । ଏହାର ନକ୍ସା ଅଙ୍କନ କରିଥିଲେ ଇଟାଲିୟ ସ୍ଥପତି । ପାରଳାଖେମୁଣ୍ଡି ସହରର ମାତ୍ର ତିନି କିଲୋମିଟର ଦୂରରେ ଥିବା ଏହି ପ୍ୟାଲେସରେ ମହାରାଜା ନିଜ ପରିବାର ସହ ଗ୍ରୀଷ୍ମ ଅବକାଶ ମେଣ୍ଟାଉଥିଲେ । ତେଣୁ ଏହାକୁ ବସନ୍ତ ନିବାଶ ମଧ୍ୟ କୁହାଯାଏ । ଇଣ୍ଡୋ-ଉରୋପିୟନ ସ୍ଥପତିର ନମୁନା ମଧ୍ୟ କୁହାଯାଏ ବସନ୍ତ ନିବାସକୁ ।

gajpati6ଏହାର ନିର୍ମାଣ ଏପରି ହୋଇଛି କି ସବୁବେଳେ ଏଠାରେ ପ୍ରତ୍ୟେକ କୋଠରୀରେ ଥଣ୍ଡା ଅନୁଭୁତ ହୁଏ । ସମୁଦାୟ ୫୦ଟି କୋଠରୀ ଏହି ପ୍ୟାଲେସ ରେ ରହିଥିବା ବେଳେ ଅତିଥିମହଲ, ରାଣୀ ମହଲ ମଧ୍ୟ ରହିଥିଲା । ଦୁର୍ଭାଗ୍ୟର ବିଷୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପୁତ୍ର ରାମ ଚନ୍ଦ୍ର ଦେବଙ୍କ ଅକାଳ ବିୟୋଗ ଏହି ମହଲରେ ହେବା ପରେ ଏହାକୁ ମହାରାଜା ପରିବାର ଦୁର୍ଭାଗ୍ୟ ନିବାସ କହି ପରିତ୍ୟାଗ କଲେ । ଯାହା କାଳ କ୍ରମେ ପରିତ୍ୟାକ୍ତ ଅବସ୍ଥାକୁ ଏହି କୋଠା ଚାଲିଆସିଲା । ତେବେ ମହାରାଜା ଏହାକୁ ସରକାରଙ୍କୁ ଦେବା ପରେ ଯେମିତି ନିଜ ପରିଚୟ ହଜାଇଛି ଏହି ପ୍ୟାଲେସ । ପ୍ରଥମେ କିଛି ଦିନ ପୋଲିସର ତୃତୀୟ ବ୍ୟାଟାଲିୟାନ ପରେ ଶିକ୍ଷା ପାଇଁ ବ୍ୟବହାର କରାଗଲା ବର୍ତ୍ତମାନ ପର୍ଯ୍ୟଟନ ବିଭାଗ ନିଜ ହାତକୁ ନେଇ କିଛି ମରାମତୀ କାର୍ଯ୍ୟ ମଧ୍ୟ କଲା କିନ୍ତୁ କେବେ ମଧ୍ୟ ଜନସାଧାରଣଙ୍କୁ ପ୍ରବେଶ ନିସେଦ୍ଧ କରାଯାଇନଥିଲା ।

gajpati4ଗତକିଛି ବର୍ଷ ହେଲା ସୌନ୍ଦର୍ଯ୍ୟକରଣ ନାମରେ ଜନସାଧାରଣଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବା ପରେ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି । ଏହି ରାଜପ୍ରାସାଦର କବାଟ, ଝରକା ନଷ୍ଟ ହେବାରେ ଲାଗିଛି । ପ୍ରସାଦର ଅନେକ ପ୍ରାଚୀର ସିଉଳି, ଅନାବନା ଗଛର କବଳିତ ଏପରିକି କିଛି କୋଠରୀରେ କାନ୍ଥ, ବୀମ ଫାଟି ଆଁ କରିଛି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ କୋଠରୀର ବିଭିନ୍ନ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବ୍ୟବସ୍ଥା ନଷ୍ଟ ହୋଇଗଲାଣି । ବିଦ୍ୟୁତ କାମ ମଧ୍ୟ ନିମ୍ନ ମାନର ହୋଇଥିବାରୁ ସ୍ପିଚ୍ ବୋଡ ବ୍ୟବହାର ହେବା ପୂର୍ବରୁ ହିଁ ନଷ୍ଟ ହୋଇଗଲାଣି । ଏପରିକି ବଜ୍ରପାତରୁ ରକ୍ଷାପାଇଁ ରହିଥିବା ବ୍ୟବସ୍ତା ସହ ପ୍ରସାଦର ଶୋଭା ବୃଦ୍ଧି କରୁଥିବା ମୂଖ୍ୟ ଗମ୍ବୁଜର ଟିଣ ଉଡି ପାଣି ପସି ପ୍ରାସାଦକୁ ଦୁର୍ବଳ କରିଛି।

gajpatiiସବୁଠାରୁ ବିଶ୍ମୟର ବିଷୟ ଏହି ସୌଧର ଅଣ୍ଡରଗ୍ରାଉଣ୍ଡରେ ଏକ ଗ୍ୟାଷ ଘର ଥିଲା ଯେଉଁ ଥିରୁ ସମଗ୍ର ମହଲ ଆଲୋକିତ ହେଉଥିଲା । ଏହି ପ୍ୟାଲେସରୁ ମହାରାଜଙ୍କ ମୂଖ୍ୟ ପ୍ୟାଲେସକୁ ଭୂତଳ ସଡକ ମଧ୍ୟ ରହିଛି । କିନ୍ତୁ ବର୍ତ୍ତମାନ ବସନ୍ତ ନିବାସର ଅବସ୍ଥା କର୍ପୁର ଉଡି କନା ଖଣ୍ଡିଏ ବଳିପଡିବା ପରି ସ୍ଥିତି ଗବେଷକ, ସ୍ଥାନୀୟ ନାଗରୀକ ଓ କିଛି ଅବଶରପ୍ରାପ୍ତ ପର୍ଯ୍ୟଟନ ବିଭାଗୀୟ ଅଧିକାରୀଙ୍କ ମନକୁ ଆନ୍ଧୋଳୀତ କରିଛି ।ସେପଟେ କେବଳ ପର୍ଯ୍ୟଟକ ନୁହେଁ ଚଳଚିତ୍ର ନିର୍ମାଣରେ କାମକୁ ଆସୁଥିବା ଏହି ସୌଧର ଉନ୍ନତୀ ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରୀ ରଖିଥିବା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସର୍ମ୍ପକ ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.