ସୁନୀଲ ଗାଭାସ୍କରଙ୍କୁ ସମର୍ଥନ କଲେ ଇରଫାନ୍‌ ପଠାନ‌, ପରୋକ୍ଷରେ ଅନୁଷ୍କାଙ୍କୁ କଲେ ଆଙ୍ଗୁଳି ନିର୍ଦ୍ଦେଶ

କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ ଅନୁଷ୍କାଙ୍କୁ ନେଇ ବିରାଟଙ୍କୁ କମେଣ୍ଟ କରିଥିଲେ ଭାରତର ପୂର୍ବ କ୍ୟାପ୍‌ଟେନ୍‌ ତଥା କମେଣ୍ଟେଟର ସୁନୀଲ ଗାଭାସ୍କର। ଗାଭାସ୍କର କହିଥିଲେ ‘ଲକ୍‌ଡାଉନ୍‌ରେ ବିରାଟ କେବଳ ପତ୍ନୀ ଅନୁଷ୍କାଙ୍କ ବଲର ସାମ୍ନା କରିଛନ୍ତି’। ତେବେ ଗାଭାସ୍କରଙ୍କ ଏହି ଟିପ୍ପଣୀ ଯୋଗୁ ବେଶ୍‌ ହଙ୍ଗାମା ହୋଇଛି।

ତାଙ୍କର ଏହି ବୟାନ ପରେ ସୋସିଆଲ ମିଡିଆରେ ଅନୁଷ୍କାଙ୍କୁ ଖୁବ୍‌ ଟ୍ରୋଲ କରାଯାଇଥିଲା। ଫଳରେ ମ୍ୟାଚ୍‌ର ପର ଦିନ ସେ ସୋସିଆଲ ମିଡିଆ ଜରିଆରେ ଗାଭାସ୍କରଙ୍କ କମେଣ୍ଟର ଆଲୋଚନା କରିଥିଲେ। ଗାଭାସ୍କରଙ୍କୁ ସୋସିଆଲ ମିଡିଆରେ କିଛି ଲୋକ ସମର୍ଥନ ବି କରିଥିଲେ। ଭାରତର ପୂର୍ବତନ ଖେଳାଳି ଇରଫାନ୍‌ ପଠାନ୍‌ ମଧ୍ୟ ଗାଭାସ୍କରଙ୍କୁ ସପୋର୍ଟ କରିଛନ୍ତି। ସେ ପରୋକ୍ଷ ଭାବେ ଅନୁଷ୍କାଙ୍କୁ ଆକ୍ଷେପ କରିଛନ୍ତି।

ତେବେ ଗାଭାସ୍କରଙ୍କ ଏହି କମେଣ୍ଟକୁ ଇରଫାନ୍‌ ପଠାନ‌ ବି ସପୋର୍ଟ କରିଛନ୍ତି। ସେ ଟ୍ଵିଟ୍‌ କରି ଲେଖିଛନ୍ତି ‘ସବୁବେଳେ ଆପଣଙ୍କ ସମ୍ମାନ କରେ ସୁନୀଲ ଗାଭାସ୍କର ସାର’।