ଘର ଭିତରୁ ୨ଫୁଟ୍ ଲମ୍ବର ବିରାଟ କଇଁଛ ଉଦ୍ଧାର

ଭଦ୍ରକ: ଘର ଭିତରୁ ବିରାଟ କଇଁଛ ଉଦ୍ଧାର। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଗାଁର ହରି ଚରଣ ବାରିକଙ୍କ ଘରୁ ଏହି କଇଁଛ ଉଦ୍ଧାର ହୋଇଛି।

ଏହାର ଲମ୍ବ ଦୁଇ ଫୁଟ ହୋଇଥିବା ବେଳେ, ଓଜନ ୨୫ରୁ-୩୫ କିଲୋଗ୍ରାମ ହେବ। ଏହା ସାମୁଦ୍ରିକ କଇଁଛ ହୋଇଥିବା ବନବିଭାଗ ସୂଚନା ଦେଇଛି।