ଆଜିଠାରୁ ପ୍ରସାରଣ ହେବ ‘କେବିସି ୧୨’, ବଦଳିଗଲା ଶୋ’ରେ ଖେଳିବାର ନିୟମ ଏବଂ ଅପସନ

ପ୍ରଶଂସକଙ୍କ ବହୁ ଦିନର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଲୋକପ୍ରିୟ ଟେଲିଭିଜନ ରିଆଲିଟ୍ ଶୋ ‘କୌନ ବନେଗା କରୋଡପତି’ ସିଜିନ ୧୨ ଆଜିଠାରୁ ପ୍ରସାରଣ ହେବାକୁ ଯାଉଛି। ଅମିତାଭଙ୍କ ଦମଦାର ଆଓ୍ଵାଜରେ ଆପଣ ଏହି ଶୋର ମଜା ଉଠାଇବାକୁ ପ୍ରସ୍ତୁତ ରହିଛନ୍ତି। କିନ୍ତୁ ଏହି ଶୋ ଆପଣ କେଉଁଠି, କେତେବେଳେ ଦେଖିପାରିବେ ତାହା ନିଶ୍ଚିତ ଜାଣି ରଖିବା ଉଚିତ।
ଅନଲାଇନରେ ଏଠାରେ ଦେଖନ୍ତୁ କେବିସି :
ଅମିତାଭ ବଚ୍ଚନ ଦ୍ୱାରା ହୋଷ୍ଟ ହେଉଥିବା ଶୋ ‘କେବିସି’ ସିଜିନ ୧୨ର ଆରମ୍ଭ ଆଜିଠାରୁ ରାତି ୯ଟାରୁ ଅନଏୟାର ହେବ। ପ୍ରତି ସୋମବାର ଠାରୁ ଆରମ୍ଭ କରି ଶୁକ୍ରବାର ପର୍ଯ୍ୟନ୍ତ ପ୍ରସାରଣ ହେବ। ଚଳିତ ଥରର ଥିମ୍ ରହିଛି ‘ସେଟବ୍ୟାକ୍ କା ଜବାବ କମବ୍ୟାକ୍ ସେ ଦୋ’। ସୋନୀ ଟିଭିରେ ପ୍ରସାରିତ ହେଉଥିବା ଏହି ଶୋ ଅନଲାଇନ ସୋନୀ ଲିଭରେ ମଧ୍ୟ ଆପଣ ଦେଖିପାରିବେ। ସ୍ମାର୍ଟଫୋନରେ ଦେଖିବା ପାଇଁ ଜିଓ ଟିଭି, ଏୟାରଟେଲ ଟିଭିରେ ମଧ୍ୟ ଶୋର ମଜା ନେଇପାରିବେ।
Kismat se har panne par, Kismat likhwana padta hai, Wapas aana padta hai. Watch AB recite the opening poem of #KBC12. #KaunBanegaCrorepati starts tonight 9pm only on Sony TV.@SrBachchan @SPNStudioNEXT pic.twitter.com/BxIgkD4dEC
— sonytv (@SonyTV) September 27, 2020
ବଦଳିଗଲା ଅଡିଏନ୍ସ ପୋଲ୍ କରିବାର ନିୟମ :
ଶୋରେ ଚଳିତଥର ଅନେକ ପରିବର୍ତ୍ତନ ଆସିଛି। ଅର୍ଥାତ୍ ଖେଳିବାର ନିୟମରେ କିଛି ପରିବର୍ତ୍ତନ କରାଯିବ। ଚଳିତଥର ଫାଟେଷ୍ଟ ଫିଙ୍ଗର ଅପସନରେ ଥିବା ପ୍ରତିଯୋଗୀଙ୍କ ସଂଖ୍ୟା ୮ ଜଣ କରାଯାଇଛି। ସେଟରେ ସୋସିଆଲ ଡିଷ୍ଟାସିଂ ପାଳନ କରିବା ପାଇଁ ଏପରି କରାଯାଇଛି। ଏହାଛଡା ଅଡିଏନ୍ସ ପୋଲ ଅପସନ ମଧ୍ୟ ହଟାଇଦିଆଯାଇଛି। ଏହା ସ୍ଥାନରେ ଭିଡିଓ ଏ ଫ୍ରେଣ୍ଡ ଅପସନ ଆସିଛି।