ହୋଟେଲ କର୍ମଚାରୀଙ୍କୁ ନିର୍ମମ ହତ୍ୟା ! ଅଟୋ ଷ୍ଟାଣ୍ଡ ନିକଟରୁ ମୃତଦେହ ଉଦ୍ଧାର

ପାରାଦୀପରେ ହୋଟେଲ କର୍ମଚାରୀଙ୍କୁ ନିର୍ମମ ହତ୍ୟା ।ମୃତକ ହେଲେ ବଡ଼ ପଡିଆ ରେବିକା ହୋଟେଲ କର୍ମଚାରୀ ଟୁଲୁ । କେହି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଇଛି ।

ପାରାଦୀପ (କେନ୍ୟୁଜ): ପାରାଦୀପରେ ହୋଟେଲ କର୍ମଚାରୀଙ୍କୁ ନିର୍ମମ ହତ୍ୟା । ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଛି । ପାରାଦୀପ ଆଦର୍ଶଥାନାଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ଅଟୋ ଷ୍ଟାଣ୍ଡ ନିକଟରେ ଏକ ପିଣ୍ଡିରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବଡ଼ ପଡିଆ ରେବିକା ହୋଟେଲ କର୍ମଚାରୀ ଟୁଲୁ । ତାଙ୍କ ଘର କେନ୍ଦ୍ରାପଡାରେ ବୋଲି ଜଣା ପଡିଛି । କେହି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଇଛି । ଅଧିକ ଖୋଳତାଡ କରୁଛନ୍ତି ପାରାଦୀପ ଆଦର୍ଶ ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.