Below header

କାନ୍ଦୁଛି ସାରା ଗାଁ : ପଞ୍ଚଭୂତରେ ବିଲୀନ ହେଲେ ବିଏସଏଫ୍ ଯବାନ ନବଘନ ବେହେରା

ପଞ୍ଚମହାଭୂତରେ ବିଲୀନ ହେଲେ ବିଏସଏଫ୍ ଯବାନ ନବଘନ ବେହେରା । ଗତକାଲି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ନବଘନଙ୍କ ପାର୍ଥିବ ଶରୀର ଗାଁ ଶ୍ମଶାନରେ ଶେଷକୃତ ସମ୍ପୂର୍ଣ୍ଣ ହୋଇଥିଲା । ଦେଶ ପାଇଁ ବିଗତ କାରଗିଲ ଯୁଦ୍ଧରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଲଢ଼ିଥିବା ନବଘନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଖବର ପାଇ ଖାଲି ନିଜ ଗାଁ ନୁହେଁ ସାରା ପୁରୀ ଜିଲ୍ଲାରେ ଏକ ଶୋକାକୁଳ ପରିବେଶ ପାଲଟିଛି ।

ଗୋପ(କେନ୍ୟୁଜ): ବାହୁନି ବାହୁନି ଅସମ୍ଭାଳ ସ୍ତ୍ରୀ । ଶଙ୍ଖା, ସିନ୍ଦରକୁ ହରାଇ ସେ ମ୍ରିୟମାଣ । ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ୱାମୀଙ୍କ ମୃତ୍ୟୁକୁ । ଏପଟେ ସାରା ଗାଁରେ ଖେଳିଯାଇଛି ଶୋକାକୂଳ ପରିବେଶ । କାନ୍ଦ ବୋବାଳିରେ ଫାଟିପଡୁଛି ସମଗ୍ର ଗାଁ । ପ୍ରିୟଜନଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । ସମସ୍ତଙ୍କ ଆଖିରେ ଲୁହ ଓ ଛାତିରେ କୋହ । କେହିବି ନିଜକୁ ସମ୍ଭାଳିବା ସ୍ଥିତିରେ ନାହାନ୍ତି ।

କଥା ଦେଇଥିଲେ କିନ୍ତୁ ନିଜେ ତ ଆସିଲେ ନାହିଁ ଆସିଲା ମରଶରୀର । ମାତ୍ର ୧୫ଦିନ ତଳେ ଗାଁକୁ ଆସିଥିବା ଅନେକ ଆଶା ଦେଖାଇ ଯାଇଥିଲେ ପରିବାରକୁ । ଆସିଲେ ଅନେକ ଅଧୁରା କାମ ପୂରଣ କରିବେ, କିନ୍ତୁ କଥା ରଖିଲେ ନାହିଁ । ଏଭଳି କୋହଭରା କଣ୍ଠରେ ଅଭିମାନ ବଖାଣିଛନ୍ତି ନିଜ ସ୍ତ୍ରୀ । ତାଙ୍କ ଅନୁପସ୍ଥିତିକୁ ବାରି ହୋଇପଡ଼ୁଥିଲା ଜଗନ୍ନାଥ ପଡା ଗାଁରେ । ଯବାନଙ୍କ ଅକାଳ ବିୟୋଗକୁ ହରାଇ ଝୁରୁଛି ସାରା ଗାଁ । ଏ ହେଉଛି ବୀର ଯବାନ ନବଘନ ବେହେରାଙ୍କ କଥା ।

୧୯୯୧ ମସିହାରେ ବିଏସଏଫ ଚାକିରିରେ ଯୋଗ ଦେଇଥିଲେ । ଗତ କିଛି ଦିନ ହେବ ଦେହ ଅସୁସ୍ଥ ହେତୁ ମେଡ଼ିକାଲରେ ଚିକିତ୍ସାଧୀନ ଥିଲେ । ହେଲେ ଭଲ ହେବେ କଣ ସେହି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ନବଘନ । ଗତକାଲି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ନବଘନଙ୍କ ପାର୍ଥିବ ଶରୀର ଗାଁ ଶ୍ମଶାନରେ ଶେଷକୃତ ସମ୍ପୂର୍ଣ୍ଣ ହୋଇଥିଲା । ସାନ ଭାଇ, ପତ୍ନୀ,ପୁଅ, ଝିଅ ଓ ଆତ୍ମୀୟ ପରିଜନ ଝୁରୁଛନ୍ତି ନବଘନଙ୍କୁ । ସେପଟେ ଦେଶ ପାଇଁ ବିଗତ କାରଗିଲ ଯୁଦ୍ଧରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଲଢ଼ିଥିବା ନବଘନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଖବର ପାଇ ଖାଲି ନିଜ ଗାଁ ନୁହେଁ ସାରା ପୁରୀ ଜିଲ୍ଲାରେ ଏକ ଶୋକାକୁଳ ପରିବେଶ ପାଲଟିଛି ।

jawan

ପାର୍ଥିବ ଶରୀର ପହଁଚିବା ପରେ ଗାଁ ମଶାଣୀରେ ଶେଷକୃତ ସଂପର୍ଣ୍ଣ ହୋଇଥିଲା । କାକଟପୁର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ , ଚେୟାରମେନ ଶ୍ରୀଧର ନାୟକ , ପୁରୀ ଜିଲ୍ଲା ଯାଦବ ସଙ୍ଘ ସଭାପତି ସମେତ କାକଟପୁର ବିଡିଓ, ଓ ତହସିଲଦାର ଓ କାକଟପୁର ନିର୍ବାଚନୀ ମଣ୍ଡଳୀର ସୋରଭା ପୂର୍ବତନ ସରପଞ୍ଚ ବାବୁରାମ ସ୍ବାଇଁ ,କାଦୁଆ ନୂଆ ଗାଁ ସରପଞ୍ଚ ଓ ସମିତି ସଭ୍ୟ ପହଞ୍ଚି ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ନିଜ ଦେଶ ପାଇଁ ବଳିଦାନ ଦେଇ ସମସ୍ତଙ୍କୁ ସ୍ତବ୍ଧ କରି ଚାଲିଯାଇଛି ନବଘନ ବେହେରା । ଜୀବନ ଦୀପ ଲିଭିଯାଇଥିଲେ ମଧ୍ୟ ଅନେକଙ୍କ ମନରେ ସୃଷ୍ଟି କରିଛନ୍ତି ଦେଶ ପ୍ରେମ । ଗାଁରେ ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି ନବଘନ । ରାଷ୍ଟ୍ରୀୟ ମର୍ଯ୍ୟାଦା ପରେ ଶେଷରେ ପୁଅ ଦେଇଥିଲେ ମୁଖାଗ୍ନି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.