ପାକିସ୍ତାନ : ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଅଫିସ ବାହାରେ ବିସ୍ଫୋରଣ, କ୍ଷୟକ୍ଷତି ସୂଚନା ମିଳିନାହିଁ

କରାଚିର ରେଡ୍ ଜୋନ୍ ଅଞ୍ଚଳରେ ଥିବା ଇସିପି ଅଫିସ କାନ୍ଥରେ ଥିବା ଏକ ସପିଂ ବ୍ୟାଗରେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିଲା । ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ବିସ୍ଫୋରଣର କେତେ ଜୋରରେ ଏବଂ କ’ଣ ପାଇଁ ହୋଇଛି, ତାହା ଜାଣିବା ପାଇଁ ଏକ ବୋମା ନିଷ୍କ୍ରିୟକାରୀ ଦଳକୁ ଘଟଣାସ୍ଥଳକୁ ଡକାଯାଇଛି ।

କରାଚିରେ ଥିବା ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ ହୋଇଛି । ବରିଷ୍ଠ ପୋଲିସ ଅଧିକ୍ଷକ ଦକ୍ଷିଣ କରାଚିର ଏସଏସପି ସାଜିଦ ସଦୋଜାଇଙ୍କ କହିବା ଅନୁଯାୟୀ, ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ବିସ୍ଫୋରଣର କେତେ ଜୋରରେ ଏବଂ କ’ଣ ପାଇଁ ହୋଇଛି, ତାହା ଜାଣିବା ପାଇଁ ଏକ ବୋମା ନିଷ୍କ୍ରିୟକାରୀ ଦଳକୁ ଘଟଣାସ୍ଥଳକୁ ଡକାଯାଇଛି । ପୋଲିସ ମଧ୍ୟ ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁଯାୟୀ, ଏସଏସପି ସାଜିଦ ସଦୋଜାଇ କହିଛନ୍ତି, କରାଚିର ରେଡ୍ ଜୋନ୍ ଅଞ୍ଚଳରେ ଥିବା ଇସିପି ଅଫିସ କାନ୍ଥରେ ଥିବା ଏକ ସପିଂ ବ୍ୟାଗରେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିଲା । ବିସ୍ଫୋରକ ସାମଗ୍ରୀରେ କୌଣସି ବଲ୍ ବେୟାରିଂ ମିଳିନଥିଲା । ବିସ୍ଫୋରଣର ଡେଟୋନେଟର ଏବଂ ପ୍ରାୟ ୪୦୦ ଗ୍ରାମ ବିସ୍ଫୋରକ ବିସ୍ଫୋରଣ ହୋଇଥିବା ଜାଣିବାକୁ ମିଳିଛି । ବିସ୍ଫୋରଣ ସ୍ଥଳରେ ଏକ ଟାଇମ ଡିଭାଇସ ଏବଂ ୧୨ ଭୋଲ୍ଟର ବ୍ୟାଟେରୀ ମିଳିଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାରେ କେହି ମୃତ୍ୟୁବରଣ କରିନାହାନ୍ତି ।

ପାକିସ୍ତାନର ନିର୍ବାଚନ ଆୟୋଗ ଏହି ବିସ୍ଫୋରଣ ବିଷୟରେ ତତ୍‌କାଳ ତଦନ୍ତ କରିବା ପାଇଁ ବରିଷ୍ଠ ପୋଲିସ ଅଧିକ୍ଷକଙ୍କୁ କହିଛନ୍ତି । ବାରମ୍ବାର ପାକିସ୍ତାନରେ ସୁରକ୍ଷା ତ୍ରୁଟି ଦେଖିବାକୁ ମିଳିଛି । ଏହାସତ୍ତ୍ୱେ ମଧ୍ୟ ପାକିସ୍ତାନରେ ୮ ଫେବୃଆରୀରେ ନିର୍ବାଚନ ହେବ ।

ସୂଚନାଯୋଗ୍ୟ, ପାକିସ୍ତାନରେ ୮ ଫେବୃଅଆରୀରେ ନିର୍ବାଚନ ହେବ । ତେବେ ନିର୍ବାଚନ ପୂର୍ବରୁ ଇସିପି ଅଫିସ ବାହାରେ ବୋମା ବିସ୍ଫୋରଣ ହେବା ଚିନ୍ତାର ବିଷୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.