ଅର୍ପଣ ରଥରୁ ସଂଗୃହିତ ଚାଉଳରୁ ପ୍ରସ୍ତୁତ ହେବ କାନିକା ଓ ଖେଚୁଡ଼ି, ମାଗଣାରେ କରାଯିବ ବଣ୍ଟନ

ଆସନ୍ତା ରବିବାର ଠାରୁ ଭକ୍ତଙ୍କୁ ବଣ୍ଟାଯିବ ଅର୍ପଣ ମାଧ୍ୟମରେ ସଂଗୃହିତ ଚାଉଳରୁ ପ୍ରସ୍ତୁତ କାନିକା ଓ ଖେଚୁଡ଼ି । ୫୦- ୭୦ ହାଣ୍ଡି କାନିକା ଓ ଖେଚୁଡ଼ି ୭ ଦିନ ଯାଏଁ ବଣ୍ଟାଯିବ । ଚାଉଳର ମାନ ନିର୍ଧାରଣ ପାଇଁ ଗଠିତ ହୋଇଛି କମିଟି । ଏହି କମିଟିରେ ସୁଆର, ମହାସୁଆର ନିଯୋଗ ସଦସ୍ୟ, ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ରହିଛନ୍ତି।

ପୁରୀ (କେନ୍ୟୁଜ): ଆସନ୍ତା ରବିବାର ଠାରୁ ଭକ୍ତଙ୍କୁ ବଣ୍ଟାଯିବ ଅର୍ପଣ ମାଧ୍ୟମରେ ସଂଗୃହିତ ଚାଉଳରୁ ପ୍ରସ୍ତୁତ କାନିକା ଓ ଖେଚୁଡ଼ି । ୫୦- ୭୦ ହାଣ୍ଡି କାନିକା ଓ ଖେଚୁଡ଼ି ୭ ଦିନ ଯାଏଁ ବଣ୍ଟାଯିବ । ଚାଉଳର ମାନ ନିର୍ଧାରଣ ପାଇଁ ଗଠିତ ହୋଇଛି କମିଟି । ଏହି କମିଟିରେ ସୁଆର, ମହାସୁଆର ନିଯୋଗ ସଦସ୍ୟ, ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ରହିଛନ୍ତି।

ସିଂହଦ୍ୱାର ବ୍ୟତିତ ତିନି ଦ୍ୱାରରେ ଭକ୍ତମାନଙ୍କୁ ପ୍ରତିଦିନ ଏହି ଖେଚୁଡ଼ି ଭୋଗ ବଣ୍ଟାଯିବ । ସେହିପରି ପ୍ରତି ୭ ଦିନରେ ଥରେ ବଂଟନ ବ୍ୟବସ୍ଥାର ଯାଂଚ କରାଯିବ ବୋଲି ସୁଆର ମହାସୁଆର ନିଯୋଗ ସଂପାଦକ ସୂଚନା ଦେଇଛନ୍ତି । ଏ ନେଇ ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.