Below header

ଅଶୁଭ ଶନିବାର, କାଳ ହେଲା କୁହୁଡି: ସକାଳ ପାହୁ ପାହୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା

ଆଜି ସକାଳ ପାହୁ ପାହୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ନେଇ ଖବର ସାମ୍ନାକୁ ଆସିଛି । ଯେମିତି ବାଟରେ ଛକି ଥିଲା ଯମ । ଆଉ ସୁଯୋଗ ପାଇ ନେଇଗଲା ଅନେକଙ୍କ ଜୀବନ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । ହେଲେ ଏମାନଙ୍କ ଭିତରୁ କିଛି ଲୋକଙ୍କର ଭାଗ୍ୟ ଟାଣ ଥିଲା ଗୁରୁତର ହେଲେ କିନ୍ତୁ ଜୀବନ ବର୍ତ୍ତିଯାଇଛି ।

ଆଠଗଡ଼ରୁ /କରଞ୍ଜିଆରୁ/ ଜଳେଶ୍ୱର/ସାଲେପୁର (କେନ୍ୟୁଜ):  ଅଶୁଭ ଶନିବାର, କାଳ ହେଲା କୁହୁଡି।  ଆଜି ସକାଳ ପାହୁ ପାହୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ନେଇ ଖବର ସାମ୍ନାକୁ ଆସିଛି । ଯେମିତି ବାଟରେ ଛକି ଥିଲା ଯମ । ଆଉ ସୁଯୋଗ ପାଇ ନେଇଗଲା ଅନେକଙ୍କ ଜୀବନ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । ହେଲେ ଏମାନଙ୍କ ଭିତରୁ କିଛି ଲୋକଙ୍କର ଭାଗ୍ୟ ଟାଣ ଥିଲା ଗୁରୁତର ହେଲେ କିନ୍ତୁ ଜୀବନ ବର୍ତ୍ତିଯାଇଛି ।

ଏମିତି ଏକ ଭୟଙ୍କର ଦୁର୍ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ଗଦାଧରପୁର ବିନ୍ଧାଣୀ ମାଆ ରାସ୍ତାରେ । ବିବାହ ଭୋଜି ଖାଇ ଫେରିବା ବାଟରେ ଜଗିଥିଲା ମୃତ୍ୟୁ । ଭାରସାମ୍ୟ ହରାଇ ଏକ ଘର କାନ୍ଥରେ ପିଟି ହେଲା କାର। ଫଳରେ ଦୁର୍ଘଟଣାରେ ୪ ସାଙ୍ଗଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିବାବେଳେ , ସମସ୍ତ ୪ ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ତେବେ ସୂଚନା ମିଳୁଛି କି, କୋଇଲିକନ୍ୟା ଗାଁରୁ ବିବାହ ଭୋଜି ସାରି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ସେହିପରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଛି । ଜଳେଶ୍ୱର ଥାନା ଅନ୍ତର୍ଗତ ମହମ୍ମଦ ନଗରପାଟଣା ନିକଟରେ ଦୁଇଟି ବାଇକ୍ ଭାରସାମ୍ୟ ହରାଇ ମୁହାଁ ମୁହିଁ ଧକ୍କା ହୋଇଥିଲେ । ତେବେ ମୃତକ ଜଣକ ସେଖ ସରାଇ ଗ୍ରାମର ସୁଦର୍ଶନ ମାଇତି । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଁଚି ଜଳେଶ୍ୱର ପୋଲିସର ତଦନ୍ତ ଜାରି ରଖିଛି ।

ସେହିପରି ସମାନ ବାଲେଶ୍ୱର ଜିଲ୍ଲା ସୋର ଥାନା ଦହିସଡା ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବରଯାତ୍ରୀ ଧରି ଫେରୁଥିବାବେଳେ ଏକ ବୋଲେରୋ ଗାଡି ଏକ ବାଲି ବୋଝେଇ ଡମ୍ପରକୁ ପଛରୁ ପିଟିବାରୁ ପାଖାପାଖି ୭ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।

୯ ଜଣ ବରଯାତ୍ରୀଙ୍କୁ ନେଇ ଏକ ବୋଲେରୋ ଗତକାଲି ବିଳମ୍ବିତ ରାତିରେ କଟକରୁ ପାରଦୀପା ଗାଁ ଅଭିମୁଖେ ଫେରୁଥିଲା । ବୋଲେରୋଟି ଆଜି ଭୋରରୁ ଦହିସଡା ନିକଟରେ ପହଞ୍ଚିଥିଲା । ସେହି ସମୟରେ ଏକ ବାଲି ବୋଝେଇ ଡମ୍ପର ରାସ୍ତା ଉପରେ ଛିଡ଼ା ହୋଇଥିବା ବେଳେ ବୋଲେରୋ ଚାଳକ ତାହାକୁ ଦେଖି ପାରି ନ ଥିଲେ । ଯାହା ଫଳରେ ଦ୍ରୁତ ଗତିରେ ଆସୁଥିବା ବୋଲେରୋଟି ଡମ୍ପର ପଛ ପଟେ ପିଟି ହୋଇଥିଲା ଯାଇଥିଲା । ଖବର ପାଇ ସ୍ଥାନୀୟ ଅଞ୍ଚଳବାସୀ ଓ ପୁଲିସ୍‌ ତୁରନ୍ତ ବୋଲେରୋରୁ ୭ ଗୁରୁତରଙ୍କୁ ଉଦ୍ଧାର କରି କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି।

ସେହିପରି ଛିଡା ହୋଇଥିବା ଟ୍ରକକୁ ପିଟିଲା ଟୁରିଷ୍ଟ ବସ୍ । ଯାହାଫଳରେ ୨ ଗୁରୁତର ୧୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ଭୋର ୪ଟାରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୟୂରଭଞ୍ଜ ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର କରଞ୍ଜିଆ ତାଟ ନିକଟରେ ଭୋରୁ ଏହି ଦୁର୍ଘଟଣା ଘଟିଛି । ଟ୍ରକଟି ଠିଆ ହୋଇଥିବା ବେଳେ ପଛରୁ ଧକ୍କା ଦେଇଥିଲା ବସ୍ । ଝାରଖଣ୍ଡର ଜାମେସେଦପୁରରୁ ବାହାଘର ପାର୍ଟିକୁ ନେଇ ବସଟି ଯାଜପୁର ଆସୁଥିଲା । ଏଥିରେ ୪୧ ଜଣ ବରଯାତ୍ରୀ ଥିଲେ । ସେମାନଙ୍କ ଭିତରୁ ୨ ଜଣଙ୍କର ଅବସ୍ଥା ଗୁରୁତର ଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ୧୦୮ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହତଙ୍କୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି । ଖରାପ ପାଗ ଓ ପ୍ରବଳ କୁହୁଡି ପାଇଁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି ।

ସେହିପରି ସାଲେପୁରରେ ବସ୍-ବାଇକ ଧକ୍କା ହୋଇଥିବା ଖବର ମିଳିଛି । ଏହି ଦୁର୍ଘଟଣା ନେଇଛି ୨ ଜୀବନ । ସାଲେପୁର କଟକ ଚାନ୍ଦବାଲି ରାସ୍ତା ଜନିଆ ଛକ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସ୍ ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଭାରସାମ୍ୟ ହରାଇ ବିଲ ମଧ୍ୟରେ ପଶି ଯାଇଛି ବସ୍ । କେନ୍ଦ୍ରାପଡାରୁ କଟକ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । କୁହୁଡ଼ିରେ ରାସ୍ତା ଦେଖା ନଯିବାରୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.