ବିଶ୍ବ ରେକର୍ଡ଼ କଲେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ, ହାତଲେଖା ପୁସ୍ତକ ଅପଲୋଡ୍ କରି ଗିନିଜ୍ ବୁକରେ ରେକର୍ଡ

ଏକ ଘଂଟାରେ ଅନଲାଇନରେ ଅପଲୋଡ୍ ହେଲା ସର୍ବାଧିକ ପୁସ୍ତକର ହାତଲେଖା ପୁସ୍ତକ । ପ୍ରଥମ ବିଶ୍ୱ ଓଡି଼ଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନେ ସାହିତ୍ୟ ସୃଜନୀ କ୍ଲବ ମାଧ୍ୟମରେ ‘ମୋ କଥା ମୋ କହାଣୀ’ ପୁସ୍ତକ ରଚନା କରିଥିଲେ ।

ଭୁବନେଶ୍ୱର (କେନ୍ୟୁଜ): ବିଶ୍ବ ରେକର୍ଡ଼ କଲେ ରାଜ୍ୟର ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ । ଆଜି ଆରମ୍ଭ ହେଉଥିବା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ସରକାରୀ ଓ ଅନୁଦାନ ପ୍ରାପ୍ତ ସ୍କୁଲର ପିଲାମାନେ ‘ମୋ କଥା ମୋ କାହାଣୀ’ ପୁସ୍ତକ ରଚନା କରିଥିଲେ । ଯାହାକୁ ସେମାନେ ଗତକାଲି ଫେସବୁକରେ ଅପଲୋଡ୍ କରି ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡ଼ ସୃଷ୍ଟି କରିଛନ୍ତି।

ଦିନ ୧୨ଟାରୁ ଗୋଟାଏ ମଧ୍ୟରେ ସର୍ବାଧିକ ଅପଲୋଡ ହୋଇଥିଲା । ଯାହା ପୂର୍ବ ରେକର୍ଡ଼ ଠାରୁ ୪ ଗୁଣ ଅଧିକ । ଗିନିଜ ବୁକ୍ ପକ୍ଷରୁ ଏହି ରେକର୍ଡ଼ ନେଇ ଘୋଷଣା କରଯାଇଛି । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ରେକର୍ଡ ହୋଇଛି । ୧ ନଭେମ୍ବର, ୨୦୨୧ରେ ଅନଲାଇନରେ ପୂର୍ବରୁ ୫୪୦୮ଟି ପୁସ୍ତକର ତଥ୍ୟ ଅପଲୋଡ କରି ନମାମୀ ଗଙ୍ଗେ ଏହି ରେକର୍ଡ ସୃଷ୍ଟି କରିଥିଲା ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.