ରାସ୍ତା କଡକୁ ଓଲଟିଲା ଯାତ୍ରୀବାହୀ ବସ୍, ୨୦ ଆହତ

ଅନୁଗୁଳ (କେନ୍ୟୁଜ୍) : ପୁଣି ବସ୍ ଦୁର୍ଘଟଣା। ରାସ୍ତା କଡକୁ ଓଲଟିଲା ବସ୍। ଅନୁଗୁଳ ଜିଲ୍ଲା ଛେଳିଆଢିପ ନିକଟରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଦୁର୍ଘଟଣାରେ ୨୦ଜଣ ଆହତ ହଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁନାଲ ନାମକ ଏକ ଘରୋଇ ବସ୍ ଭୁବନେଶ୍ୱରରୁ ସୁନ୍ଦରଗଡ଼ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ପୋଲିସ ବସ୍କୁ ଜବତ କରି ତଦନ୍ତ କରୁଛି। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗତକାଲି ସମ୍ବଲପୁର ଜିଲ୍ଲା ଯୁଯୁମରା ନିକଟରେ ଦିଲଖୁସ୍ ନାମକ ଏକ ବସ୍ ଓଲଟି ପଡିଥିଲା।

Leave A Reply

Your email address will not be published.