ଟଙ୍କା ଲୋଭରେ ପଡି ମା’ ବିକି ଦେଲା ତିନି ମାସର ପିଲା, ଜାଣନ୍ତୁ କ’ଣ ହେଲା ତାପରେ

ମାତ୍ର କେତେ ଟଙ୍କାର ଲୋଭରରେ ପଡି ମା’ ବିକିଦେଲା ଛୁଆ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଟ୍ରାଞ୍ଜିଟ ଥାନା ଅଞ୍ଚଳରେ। ଏଠାରେ ରହୁଥିବା ଲତା ନାମକ ଜଣେ ମହିଳା ୧ ଲକ୍ଷ ଟଙ୍କା ଲୋଭରେ ତିନି ମାସର ଶିଶୁକୁ କାମ କରୁଥିବା ଆୟା ମମତାକୁ ବିକ୍ରି କରିଦେଇଛି। କେବଳ ଏତିକି ନୁହେଁ ଉକ୍ତ ଆୟା ଜଣକ ଚାଲାକି କରି ଅଧିକ ଟଙ୍କା ଲୋଭରେ ୟୁପି ନିବାସୀ ଜଣେ ବ୍ୟକ୍ତିଙ୍କକୁ ଦୁଇ ଲକ୍ଷ ଟଙ୍କାରେ ଶିଶୁକୁ ପୁଣିଥରେ ବିକିଛନ୍ତି। ଶିଶୁର ପିତାଙ୍କ ଅଭିଯୋଗ କ୍ରମେ ସମସ୍ତ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ପୋଲିସ ମଧ୍ୟ ଡିଲ୍ ହୋଇଥିବା ଟଙ୍କାକୁ ଜବତ କରି ତଦନ୍ତ ଚଳାଇଛି।

ଶିଶୁ ଅପହରଣ ହୋଇଛି ବୋଲି କରିଥିଲେ ଗୁଜବ 
ଲତା ଶିଶୁକୁ ବିକ୍ରି କରିବା ପରେ ଶିଶୁଟି ଅପହରଣ ହୋଇଯାଇଛି ବୋଲି ମିଛ ଗୁଜବ ପ୍ରଚାର କରିଥିଲେ। କେହି ବି ତାଙ୍କ ଉପରେ ସନ୍ଦେହ ନ କରିବା ପାଇଁ ଏପରି ମିଛ ଗୁଜବକୁ ପ୍ରଶୟ ଦେଇଥିଲେ ଲତା।

ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଉକ୍ତ ଶିଶୁର ମା’ ଲତା ଶିଶୁକୁ ଠାକୁର ନଜରରେ ରହୁଥିବା କାମ କରୁଥିବା ଆୟା ମମତା ବିଶ୍ବାସକୁ ୧ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲା। କିନ୍ତୁ ମମତା ଅଧିକ ଚାଲାକ ହୋଇ ଉକ୍ତ ୩ ମାସର ଶିଶୁକୁ ୟୁପିର ଜଣେ ବ୍ୟକ୍ତି କୁଲଜିତ ସିଂ ଏବଂ ଭାଉଜ ରମନଦୀପ କୌରଙ୍କୁ ଦୁଇ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲା। ସୂଚନାଯୋଗ୍ଯ, ରମନଦୀପଙ୍କ କୌଣସି ସନ୍ତାନ ନଥିବାରୁ କୁଲଜିତ ତାଙ୍କ ପାଇଁ ଶିଶୁଟିଏ କିଣିବାକୁ ଚାହୁଁଥିଲେ।

ଏହା ସହ ପଢନ୍ତୁ : ଏମିତି ବିଶ୍ୱାସ ଭାଙ୍ଗିଲେ ଭାବୀ ସ୍ୱାମୀ, ଆଉ କଥା କହି ପାରୁ ନାହାନ୍ତି ଯୁବତୀ; ମାମଲା ଏବେ କୋର୍ଟରେ

ବହୁତ ପୂର୍ବରୁ ଚାଲିଥିଲା ଯୋଜନା
ଶିଶୁଟି ଜନ୍ମ ହେବା ପୂର୍ବରୁ ପିଲାକୁ ବିକ୍ରି କରିବା ପାଇଁ ଲତା ମନେ ମନେ ବିଚାର କରିଦେଇଥିଲେ। ପିଲାଟି ଜନ୍ମ ହେବା ପରେ ମଧ୍ୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଗାଏବ ହୋଇଯାଇଥିଲା। କିନ୍ତୁ ସେତେବେଳେ ଏହା କରିବା ସମ୍ଭବ ହୋଇନଥିଲା। ପରେ ଲତା ଉକ୍ତ ଆୟା ମମତାଙ୍କୁ ପ୍ରଥମ ୨୦ ହଜାର ତା ପରେ ୫୦ ଏବଂ ଶେଷରେ ୧ ଲକ୍ଷ ଟଙ୍କାରେ ଶିଶୁକ ବିକ୍ରି କରିଦେଇଥିଲେ।

ଶେଷରେ ପୋଲିସ ଟିମ ଘଟଣାରେ ତଦନ୍ତ ଚଳାଇ ସମସ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ଉକ୍ତ ଶିଶୁକୁ ଉଦ୍ଧାର କରି ତାଙ୍କ ପିତାକୁ ହସ୍ତାନ୍ତର କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.